ଅପରାଧଦେଶ- ବିଦେଶ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ୁଛି ଭାରତ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ୁଛି ଭାରତ

ବାଂଲାଦେଶ ସେନାର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଭାରତୀୟ କର୍ତ୍ତୃପକ୍ଷ ଅବୈଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦେଶରୁ ତଡ଼ିବା ଗ୍ରହଣୀୟ ନୁହେଁ ଏବଂ ଆବଶ୍ୟକ ପଡ଼ିଲେ ଆମ ସେନା ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ଅଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : ବାଂଲାଦେଶ ସେନାର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଭାରତୀୟ କର୍ତ୍ତୃପକ୍ଷ ଅବୈଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦେଶରୁ ତଡ଼ିବା ଗ୍ରହଣୀୟ ନୁହେଁ ଏବଂ ଆବଶ୍ୟକ ପଡ଼ିଲେ ଆମ ସେନା ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ଅଛି। ବାଂଲାଦେଶ ମିଲିଟାରୀ ଅପରେସନ ଡାଇରେକ୍ଟୋରେଟ (ଏମ୍‌ଓଡି)ର ନିର୍ଦ୍ଦେଶକ ବ୍ରିଗେଡିୟର ଜେନେରାଲ ମହମ୍ମଦ ନାଜିମ-ଉଦ-ଦୌଲା କହିଛନ୍ତି ଯେ ସୀମା ସୁରକ୍ଷା ବାହିନୀ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଛି ଏବଂ ବର୍ତ୍ତମାନ ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରୁଛି। ଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଗିରଫ କରି ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଯବାନଙ୍କୁ ହସ୍ତାନ୍ତର କରୁଛନ୍ତି। ୨୦୧୬ର ଏକ ସରକାରୀ ଆକଳନରୁ ଜଣାପଡିଛି ଯେ ପ୍ରାୟ ୨୦ ନିୟୁତ ଅବୈଧ ପ୍ରବାସୀ ଭାରତରେ ରହୁଛନ୍ତି। ବାଂଲାଦେଶୀ ବେଆଇନ ପ୍ରବାସୀଙ୍କ ପ୍ରତ୍ୟର୍ପଣକୁ ‘ଧକ୍କା ଦେଇ ବାହାର କରିବା’ ବୋଲି କହିବା ସହ ବାଂଲାଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କୁ ଉପଯୁକ୍ତ କୂଟନୈତିକ ମାଧ୍ୟମରେ ଫେରାଇ ଦିଆଯିବ ବୋଲି ଢାକା ପ୍ରତିଶ୍ରୁତି ଦେଇଛି। ଏହା ପୂର୍ବରୁ ଗତ ୧୮ ତାରିଖରେ ବାଂଲାଦେଶର ଗୃହ ବ୍ୟାପାର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀ (ଅବସରପ୍ରାପ୍ତ) କହିଥିଲେ ଯେ ଯଦି କୌଣସି ବାଂଲାଦେଶୀ ବେଆଇନ ଭାବେ ଭାରତରେ ରହୁଛନ୍ତି, ତେବେ ସେମାନଙ୍କୁ ଉପଯୁକ୍ତ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରାଯାଉ। ଏଥିସହ ବେଆଇନ ଭାବେ ରହୁଥିବା ଭାରତୀୟମାନଙ୍କୁ ଉପଯୁକ୍ତ କୂଟନୈତିକ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ବାଂଲାଦେଶ ଭାରତ ଭଳି ପୁସ୍‌-ଇନ୍ (ଧକ୍କା ଦେଇ ତଡ଼ିବା)ରେ ଲିପ୍ତ ନୁହେଁ, ବରଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ କରିବାରେ ବିଶ୍ୱାସ କରେ ବୋଲି ଚୌଧୁରୀ କହିଛନ୍ତି।

ହରିୟାଣାରୁ ୪୬ ବାଂଲାଦେଶୀ ନାଗରିକ ଗିରଫ
ନୂଆଦିଲ୍ଲୀ ସମଗ୍ର ଦେଶରେ ବେଆଇନ ଅନୁପ୍ରବେଶକାରୀଙ୍କ ଧରପଗଡ଼ ଅଭିଯାନ ଜାରି ରହିଛି। ଏହି କ୍ରମରେ ହରିୟାଣାର ସୋନିପତରୁ ମହିଳା, ଶିଶୁଙ୍କ ସମେତ ୪୬ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସର ସୂଚନାନୁସାରେ, ଗତକାଲି ଖରଖାଉଡ଼ା ଠାରେ ଥିବା ଇଟାଭାଟିରେ ଚଢ଼ଉ କରାଯାଇଥିଲା। ଓତାୱାଡ଼୍‌ ଇନ୍‌ସପେକ୍ଟର ଦିନେଶ କୁମାର କହିଛନ୍ତି, ଚଢ଼ଉ ସମୟରେ ପରିଚୟପତ୍ର ଆଦି ଯାଞ୍ଚ କରିବା ବେଳେ ସେମାନଙ୍କ ନିକଟରେ କୌଣସି ବୈଧ ଦସ୍ତାବିଜ ମିଳିନଥିଲା। ଏହାପରେ ସେମାନଙ୍କୁ ଗିରଫ କରି ଟ୍ରାନ୍‌ଜିଟ୍‌ ହୋମ୍‌କୁ ପଠାଇଦିଆଯାଇଛି। ଦୁଇଦିନ ତଳେ ଏକ ଇଟାଭାଟିରେ ହୋଇଥିବା ଚଢ଼ଉରେ ୫୯ ଜଣ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *