ରାଜନୀତିରାଜ୍ୟ

ବିଜେଡିକୁ ଶକ୍ତ ଝଟ୍‌କା

ବିଜେଡିକୁ ଶକ୍ତ ଝଟ୍‌କା

ପଦ ହରାଇଲେ ମହାକାଳପଡ଼ା ବ୍ଲକ୍‌ ଅଧକ୍ଷା

ରାଜନୈତିକ ହଟଚମଟ, ଅସୁସ୍ଥ ଆଳ, ହାଇକୋର୍ଟରେ ବାରମ୍ବାର ଶୁଣାଣି ଆଉ ଛକାପଞ୍ଝା ଭିତରେ ଶେଷରେ ମହାକାଳପଡ଼ା ପଞ୍ଚାୟତ ସମିତି ଅଧୢକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବର ଫଇସଲା ହୋଇଛି।

କେନ୍ଦ୍ରାପଡ଼ା/ମହାକାଳପଡ଼ା ୨୯-୦୫-୨୦୨୫(ଏସ.ଏମ ) :  ରାଜନୈତିକ ହଟଚମଟ, ଅସୁସ୍ଥ ଆଳ, ହାଇକୋର୍ଟରେ ବାରମ୍ବାର ଶୁଣାଣି ଆଉ ଛକାପଞ୍ଝା ଭିତରେ ଶେଷରେ ମହାକାଳପଡ଼ା ପଞ୍ଚାୟତ ସମିତି ଅଧୢକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବର ଫଇସଲା ହୋଇଛି। ବିଜେଡି ସମର୍ଥିତ ବ୍ଲକ୍‌ ଅଧୢକ୍ଷା ଶ୍ରୀମତୀ ରାଉତ ଆଜି ଅନାସ୍ଥା ଭୋଟ୍‌ରେ ପଦ ହରାଇଛନ୍ତି। ତାଙ୍କ ବିପକ୍ଷରେ ୪୯ଖଣ୍ତ ଭୋଟ୍‌ ପଡ଼ିଥିବା ବେଳେ ନିଜେ ଅଧୢକ୍ଷା ଓ ତାଙ୍କ ସମର୍ଥିତ ୧୨ ସମିତି ସଭ୍ୟ ଓ ସରପଞ୍ଚ ମତଦାନରୁ ଦୂରେଇ ରହିଛନ୍ତି। ଏଭଳି ଫଳାଫଳ ମହାକାଳପଡ଼ାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଓ ତାଙ୍କ ସମର୍ଥକଙ୍କୁ ଶକ୍ତ ଝଟ୍‌କା ଦେଇଥିବା ବେଳେ ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ଓ ବିଜେପି ଶିବିରକୁ ଉତ୍ସାହିତ କରିଛି। ଜିଲ୍ଲାରେ ପ୍ରଥମକରି ମହାକାଳପଡ଼ା ବ୍ଲକ୍‌ ବିଜେପି ଦଖଲକୁ ଯାଇଥିବା ବେଳେ ଆଗକୁ ବିଜେଡି କବ୍‌ଜାରେ ଥିବା ଅନ୍ୟ ବ୍ଲକ୍‌ଗୁଡ଼ିକରେ ବି ଅନୁରୂପ ଅନାସ୍ଥା ପ୍ରସ୍ତାବ ଆସିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବାଜି ମାରିଲେ ଦୁର୍ଗା ,ଦୂରେଇ ରହିଲେ ଅଧୢକ୍ଷା ଓ ୧୨ଲୋକ ପ୍ରତିନିଧି

ମୋଟ ୩୧ପଞ୍ଚାୟତ ବିଶିଷ୍ଟ ମହାକଳପଡ଼ା ବ୍ଲକ୍‌ରେ ଅଧୢକ୍ଷାଙ୍କ ବିରୋଧରେ ପ୍ରଥମେ ମାର୍ଚ୍ଚ ୨୧ରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏପ୍ରିଲ୍‌ ୫ରେ ଅନାସ୍ଥା ଭୋଟ୍‌ ପାଇଁ ପ୍ରଶାସନ ଘୋଷଣା କରିଥିଲା। ଏହା ଉଭୟ ଅତନୁ ଓ ଦୁର୍ଗାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ଉଭୟ ନେତା ଅନାସ୍ଥା ଭୋଟ୍‌ ଜିତିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ପଞ୍ଚାୟତ ସମିତି ଆଇନ ଅନୁସାରେ ଅଧୢକ୍ଷାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଦୁର୍ଗାଙ୍କ ନେତୃତ୍ବାଧୀନ ବିଜେପିକୁ ଏକ ତୃତୀୟା˚ଶ ବା ୪୪ଖଣ୍ତ ଭୋଟ୍‌ର ଆବଶ୍ୟକତା ଥିବା ବେଳେ ଅତନୁଙ୍କ ଅନୁଗତ ଅଧୢକ୍ଷା ନିଜ ପଦ ବଞ୍ଚାଇବା ପାଇଁ ୨୨ଜଣଙ୍କ ସମର୍ଥନ ଦରକାର ଥିଲା। ଏଭଳି ସ˚ଖ୍ୟା ଖେଳ ଭିତରେ ଏପ୍ରିଲ୍‌ ୪ରେ ଅନାସ୍ଥା ସପକ୍ଷରେ ଥିବା ୯ ଜଣ ସମିତି ସଭ୍ୟ ଅସୁସ୍ଥ ହୋଇଥିବା ଦର୍ଶାଇ ଉପଜିଲ୍ଲାପାଳ ୫ରେ ହେବାକୁ ଥିବା ଅନାସ୍ଥା ଭୋଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦେଇଥିଲେ। ଉପଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବ୍ଲକ୍‌ ଉପାଧୢକ୍ଷ ବିଜୟ ଶୁକ୍ଳା ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରଠୁ ଦୁଇ ଥର ଅନାସ୍ଥା ଭୋଟ୍‌ ତାରିଖ ଘୋଷଣା ହୋଇ ଅଦାଲତଙ୍କ ଆଦେଶ କ୍ରମେ ସ୍ଥଗିତ ରହିଥିଲା। ଗତ ୧୬ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରଶାସନର ନିର୍ବାଚନ ସ୍ଥଗିତ ଆଦେଶକୁ ରଦ୍ଦ କରିଦେବା ସହିତ ଅଧୢକ୍ଷାଙ୍କ ବିରୋଧରେ ପୁଣିଥରେ ସାନି ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି କ୍ରମରେ ଗତ ୨୦ ତାରିଖରେ ଅଧୢକ୍ଷାଙ୍କ ବିରୋଧରେ ଦ୍ବିତୀୟଥର ପାଇଁ ୪୪ଜଣ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଉପଜିଲ୍ଲାପାଳ ଏହାକୁ ଗ୍ରହଣ କରି ୨୮ତାରିଖ ବା ଆଜି ସ୍ବତନ୍ତ୍ର ବୈଠକ ଓ ମତଦାନ ହେବ ବୋଲି ସମସ୍ତ ଲୋକ ପ୍ରତିନିଧିଙ୍କୁ ନୋଟିସ୍‌ କରିଥିଲେ। ଆଜି ଝିପିଝିପି ବର୍ଷା ସତ୍ତ୍ବେ ପୂର୍ବାହ୍‌ଣ ୧୧ଟା ସୁଦ୍ଧା ଅନାସ୍ଥା ଆଣିଥିବା ସମିତି ସଭ୍ୟ ଓ ସରପଞ୍ଚ ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ ପହଞ୍ଚିଥିଲେ। ମହାକାଳପଡ଼ା ତହସିଲଦାର ଶିବ ମଳିକଙ୍କ ତତ୍ତ୍ବାବଧାନରେ ହୋଇଥିବା ମତଦାନରେ ଅଧୢକ୍ଷାଙ୍କ ବିରୋଧରେ ୪୯ଖଣ୍ତ ଭୋଟ୍‌ ପଡ଼ିବା ସହିତ ସେ ପଦ ହରାଇଥିଲେ। ଅଧୢକ୍ଷା ଓ ତାଙ୍କ ସମର୍ଥିତ ୧୨ଜଣ ସମିତି ସଭ୍ୟ, ସରପଞ୍ଚ ମତଦାନରୁ ଦୂରେଇ ରହିଥିଲେ। ଜିଲ୍ଲାପାଳ ଅନାସ୍ଥା ଭୋଟ୍‌ରେ ମହାକାଳପଡ଼ା ଅଧୢକ୍ଷା ପଦଚ୍ୟୁତ ହୋଇଥିବା ସ˚କ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରି ଜଣାଇ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *