ଦେଶ- ବିଦେଶବାଣିଜ୍ୟ

ବିଦେଶୀ ସାମଗ୍ରୀ ବର୍ଜନ କର: ମୋଦୀ

ବିଦେଶୀ ସାମଗ୍ରୀ ବର୍ଜନ କର: ମୋଦୀ

ଦେଶରେ ତିଆରି ହେଉଥିବା ସ୍ବଦେଶୀ ଉତ୍ପାଦକୁ ପ୍ରାଥମିକତା ଦେବା ଏବଂ ଆମଦାନି ସାମଗ୍ରୀ ଉପରୁ ନିର୍ଭରଶୀଳତା କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : ଦେଶରେ ତିଆରି ହେଉଥିବା ସ୍ବଦେଶୀ ଉତ୍ପାଦକୁ ପ୍ରାଥମିକତା ଦେବା ଏବଂ ଆମଦାନି ସାମଗ୍ରୀ ଉପରୁ ନିର୍ଭରଶୀଳତା କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ବିଶେଷ କରି ହୋଲି, ଦୀପାବଳି ଓ ଗଣେଶ ପୂଜା ଭଳି ପର୍ବପର୍ବାଣୀ ସମୟରେ ଦେଶରେ ତିଆରି ଜିନିଷ କିଣିବାକୁ ସେ କହିଛନ୍ତି। ଦେଶରେ ଭର୍ତ୍ତି ହୋଇଯାଉଥିବା ନିମ୍ନ ମାନର ଚୀନ୍ ଉତ୍ପାଦକୁ ଟାର୍ଗେ‌ଟ୍‌ କରି ସେ କହିଛନ୍ତି ଯେ ବାହାରୁ ଗଣେଶ ମୂର୍ତ୍ତି ବି ଆସୁଛି। ସେହି ମୂର୍ତ୍ତିଗୁଡ଼ିକର ଆଖି ଏତେ ଛୋଟ ଯେ ତାହା ଠିକ୍ ଭାବେ ଖୋଲୁନାହିଁ। ହୋଲିରେ ବ୍ୟବହାର ହେଉଥିବା ରଙ୍ଗ ବି ବାହାରୁ ଆସୁଛି। ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।

‘ଛୋଟ ଆଖି ଥିବା ଗଣେଶ ମୂର୍ତ୍ତି ବି ବାହାରୁ ଆସୁଛି’

ଗୁଜରାଟର ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଯେତେ କ୍ଷତି ସହିଲେ ବି ‌ବିଦେଶୀ ଜିନିଷ ବିକ୍ରି କରିବା ଅନୁଚିତ। ବ୍ୟବସାୟୀମାନେ ଯେତେ ଲାଭ କରୁଥାନ୍ତୁ ନା କାହିଁକି, ବିଦେଶୀ ସାମଗ୍ରୀ ବିକ୍ରି ନ କରିବା ଲାଗି ଗ୍ରାମାଞ୍ଚଳରେ ଥିବା ବ୍ୟବସାୟୀମାନେ ସଂକଳ୍ପ ନେବା ଉଚିତ୍ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏଭଳି ଏକ ସମୟରେ ଏହି ଆହ୍ବାନ ଦେଇଛନ୍ତି ଯେତେବେଳେ ଚୀନ୍ ଭାରତକୁ ଏକ ଡମ୍ପିଂ ୟାର୍ଡ ଭାବି ତାହାର ନିମ୍ନ ମାନର ସାମଗ୍ରୀଗୁଡ଼ିକୁ ପଠାଉଛି। ବିଶେଷ କରି ଚୀନ୍‌ରୁ ନିମ୍ନ ମାନର ସାଜସଜ୍ଜା ଜିନିଷ, ବାଣ, ଖେଳନା ଓ ଠାକୁରଙ୍କ ମୂର୍ତ୍ତି ଆସୁଛି। କମ୍ ଦାମ୍‌ରେ ସେଗୁଡ଼ିକୁ ଆମଦାନି କରି ବିକ୍ରି କରାଯାଉଥିବାରୁ ଦେଶ ଭିତରେ ମୂର୍ତ୍ତି ଓ ଅନ୍ୟାନ୍ୟ ଜିନିଷ ତିଆରି କରୁଥିବା କାରିଗର ଓ ନିର୍ମାତାମାନେ ପ୍ରଭାବିତ ହେଉଛନ୍ତି। ପ୍ରତିଦିନ କେତୋଟି ବିଦେଶ ତିଆରି ଜିନିଷ ବ୍ୟବହାର ହେଉଛି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ଏଭଳିକି ସେପ୍ଟି ପିନ୍, ପାନିଆ ଆଦି ମଧ୍ୟ ବିଦେଶରୁ ଆସୁଥିବା ସେ ଲୋକମାନଙ୍କୁ ଜଣାଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *