ବେଙ୍ଗାଲୁରୁ ଦଳାଚକଟା ଘଟଣା
ବେଙ୍ଗାଲୁରୁ ଦଳାଚକଟା ଘଟଣା
ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ବିଭାଗର ବିଫଳତାକୁ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ଫୋକସ୍ କରିଥିବା ବେଳେ ଏବେ ଆର୍ସିବି ଆଡ଼େ ଆଙ୍ଗୁଠି ଉଠିଛି। ଦଳାଚକଟାରେ ୧୧ ଜଣଙ୍କ ଜୀବନ ଯାଇଥିଲା
ବେଙ୍ଗାଲୁରୁ/ଭୁବନେଶ୍ୱର୧୭-୦୭-୨୦୨୫( ଏସ .ଏମ ) : ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ବିଭାଗର ବିଫଳତାକୁ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ଫୋକସ୍ କରିଥିବା ବେଳେ ଏବେ ଆର୍ସିବି ଆଡ଼େ ଆଙ୍ଗୁଠି ଉଠିଛି।
ଦଳାଚକଟାରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ହାଇକୋର୍ଟକୁ ଦେଇଥିବା ରିପୋର୍ଟରେ କର୍ଣ୍ଣାଟକ ସରକାର କହିଛନ୍ତି କି ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚିନ୍ନାସ୍ୱାମୀ ଷ୍ଟାଡିୟମକୁ କାହାକୁ କିଛି ନଜଣାଇ ବିଜୟ ପରେଡ ପାଇଁ ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲା। ଏବିଷୟରେ ପୁଲିସ୍ ଅବଗତ ନଥିଲା।
କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରିପୋର୍ଟଟି ସାର୍ବଜନୀନ କରାଯାଇଛି। ରାଜ୍ୟ ସରକାର କୋର୍ଟଙ୍କୁ ରିପୋର୍ଟକୁ ଗୋପନ ରଖିବାକୁ ଅନୁରୋଧ କରିଥିଲେ। ମାତ୍ର କୋର୍ଟ କହିଛନ୍ତି ଯେ ଏପରି ଗୋପନୀୟତାର କୌଣସି ଆଇନଗତ କାରଣ ନାହିଁ।
ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ଆର୍ସିବି ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଆର୍ସିବି ଏବଂ ଅନ୍ୟ ପରିଚାଳକଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ତେବେ ଏହି ଅପରାଧିକ ମାମଲା ରଦ୍ଦ ପାଇଁ ଆର୍ସିବି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।