ଅପରାଧଦେଶ- ବିଦେଶ

ବେଙ୍ଗାଲୁରୁରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବେଙ୍ଗାଲୁରୁରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଦେଶରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନଙ୍କ ବିରୋଧରେ ଅସଦାଚରଣ ବଢ଼ିଚାଲିଛି। ବେଙ୍ଗାଲୁରୁର ଜଣେ ଛାତ୍ରୀ ୨ଟି ଘରୋଇ କଲେଜର ଅଧ୍ୟାପକଙ୍କ ଦ୍ବାରା ଅନେକ ଥର ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି

ନୂଆଦିଲ୍ଲୀ୧୬-୦୭-୨୦୨୫ (ଏସ .ଏମ ) : ଦେଶରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନଙ୍କ ବିରୋଧରେ ଅସଦାଚରଣ ବଢ଼ିଚାଲିଛି। ବେଙ୍ଗାଲୁରୁର ଜଣେ ଛାତ୍ରୀ ୨ଟି ଘରୋଇ କଲେଜର ଅଧ୍ୟାପକଙ୍କ ଦ୍ବାରା ଅନେକ ଥର ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଛାତ୍ରୀ ଜଣଙ୍କ ରାଜ୍ୟ ମହିଳା କମିସନ୍‌ଙ୍କ ଦ୍ବାରସ୍ଥ ହେବାପରେ ଏହି ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତମାନେ ହେଉଛନ୍ତି ନରେନ୍ଦ୍ର (ଫିଜିକ୍ସ ଅଧ୍ୟାପକ), ସନ୍ଦୀପ (ବାୟୋଲୋଜି ଅଧ୍ୟାପକ) ଏବଂ ଏହି ୨ ଅଧ୍ୟାପକଙ୍କ ବନ୍ଧୁ ଅନୁପ। ପୁଲିସ ସୂଚନା ଅନୁଯାୟୀ, ନରେନ୍ଦ୍ର ପ୍ରଥମେ ଛାତ୍ରୀଙ୍କୁ କିଛି ନୋଟ୍‌ ଦେବା ବାହାନାରେ ବେଙ୍ଗାଲୁରୁ ଡାକିଥିଲେ ଏବଂ ତାଙ୍କର ଜଣେ ସାଙ୍ଗଙ୍କ ଘରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।

ସନ୍ଦୀପ ଏହାପରେ ନରେନ୍ଦ୍ରଙ୍କ ସହ ଛାତ୍ରୀଙ୍କର ଏକ ଭିଡିଓ ବ୍ୟବହାର କରି ତାଙ୍କୁ ବ୍ଲାକମେଲ୍‌ କରିଥିଲେ ଏବଂ ଦୁଷ୍କର୍ମ କରିଥିଲେ। ଏହାପରେ ମାମଲା‌ରେ ତୃତୀୟ ଅଭିଯୁକ୍ତ ଅନୁପ ମଧ୍ୟ ତାଙ୍କ ଘରକୁ ଆସିଥିବାର ସିସିଟିଭି ଫୁଟେଜ୍‌ ଥିବା ଦାବି କରି ତାଙ୍କୁ ଧମକାଇଥିଲେ ଏବଂ ଭୟ ଦେଖାଇ ଦୁଷ୍କର୍ମ କରିଥିଲେ। ପ୍ରାୟ ମାସେ ପର୍ଯ୍ୟନ୍ତ ଏମିତି ଚାଲିଥିଲା। ଅତ୍ୟାଚାର ଅତିଶୟ ହେବାପରେ ପୀଡ଼ିତା ନିଜ ବାପା ମା’ଙ୍କୁ ଏସଂକ୍ରାନ୍ତରେ ଜଣାଇଲେ। ଏହାପରେ କର୍ଣ୍ଣାଟକ ରାଜ୍ୟ ମହିଳା କମିସନ୍‌ରେ ଏନେଇ ଅଭିଯୋଗ ଦାଏର କରାଗଲା। କମିସନଙ୍କ ନିର୍ଦ୍ଦେଶକ୍ରମେ ମାରାଥଲ୍ଲି ଥାନା ୩ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରିଛି। ଇଷ୍ଟ ଡିଭିଜନ୍‌ର ଯୁଗ୍ମ ପୁଲିସ କମିସନର ରମେଶ ବନୋଥ କହିଛନ୍ତି, ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଜୁଲାଇ ୫ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ମହିଳା କମିସନଙ୍କ ଅଭିଯୋଗକ୍ରମେ ଆମେ ୩ ଜଣଙ୍କୁ ଗିରଫ କରିଛୁ ବୋଲି କମିସନର କହିଛନ୍ତି। ଉକ୍ତ ଘଟଣାରେ ବିସ୍ତୃତ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *