ଦେଶ- ବିଦେଶରାଜ୍ୟ

ଭାବର ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଭକ୍ତିର ଜୁଆର

ଭାବର ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଭକ୍ତିର ଜୁଆର

କାଳିଆ ଯେଉଁଠି କୋଳାହଳ ସେଇଠି.. ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି

ପୁରୀ/ଭୁବନେଶ୍ୱର ୨୭-୦୬-୨୦୨୫(ଏସ .ଏମ ) : ଗା ଯେଉଁଠି, ଜନ ସେଇଠି । କାଳିଆ ଯେଉଁଠି କୋଳାହଳ ସେଇଠି.. ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଏପଟେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମ ପ୍ରଭୁ ସୁଦର୍ଶନ ରଥରେ ବିରାଜମାନ କରିଛନ୍ତି । ପରେ ପରେ ପ୍ରଭୁ ବଡ ଠାକୁରଙ୍କ ପହଞ୍ଚି ବିଜେ ଚାଲିଛି । ପଛକୁ ପଛ ମାଆ ସୁଭଦ୍ରା ଏବଂ ଶେଷରେ ମହାବାହୁ ଆସିବେ ଏବଂ ରଥରେ ବିଜାରିବେ । ଏଥିପାଇଁ ଖାଲି ନନ୍ଦିଘୋଷ ନୁହେଁ କୋଟି କୋଟି ଭକ୍ତ ଅପେକ୍ଷାରତ ।

ଜଞ୍ଜାଳୀ ମଣିଷଟିଏ ଭାବେ ଜଗା ପାଖକୁ ଗଲେ, ମୋ ସୁଖ ଦୁଃଖ କଥା କହିବି । ହେଲେ ଥରେ ତାର ଆଖିରେ ଆଖି ମିଶିଗଲେ, ତା’ ମୁହଁକୁ ଚାହିଁଦେଲେ ଆଉ କିଛି ମନେପଡ଼େନି । ସବୁ ଜଞ୍ଜାଳ କଥା ସେ ଭୁଲିଯାଏ । ଏଇ ତ ମହାପ୍ରଭୁଙ୍କ ମାୟା । କିନ୍ତୁ ଏକଥା ବି ସତ , ଯିଏ ନିଜ ଜଞ୍ଜାଳ ଦୁଃଖକୁ ତାଙ୍କ ପାଖରେ ବାଢ଼ିଦିଏ ସେ ତାର ଦୁଃଖକୁ ଲାଘବ କରିବାକୁ ବିଳମ୍ବ କରନ୍ତି ନାହିଁ । ତେଣୁ ଭକ୍ତ ଏକମୁହାଁ ହୋଇ ମହାପ୍ରଭୁଙ୍କ ଆସିବା ବାଟକୁ ଅନେଇ ରହିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *