ଦେଶ- ବିଦେଶରାଜନୀତି

ଭାରତର ଆତଙ୍କବାଦ ବିରୋଧୀ ଅଭିଯାନ

ଭାରତର ଆତଙ୍କବାଦ ବିରୋଧୀ ଅଭିଯାନ

ସର୍ବଦଳୀୟ ପ୍ରତିନିଧି ଦଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର୧୧-୦୬-୨୦୨୫(ଏସ .ଏମ ) : ତଙ୍କବାଦ ବିରୋଧରେ ଭାରତର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବା ପାଇଁ ବିଭିନ୍ନ ରାଷ୍ଟ୍ର ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ୭ ସର୍ବଦଳୀୟ ପ୍ରତିନିଧି ଦଳର ୫୦ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଅନୁଭୂତି ବଖାଣିଛନ୍ତି। ଏହି ପ୍ରତିନିଧି ଦଳରେ ଅନେକ ପୂର୍ବତନ ସାଂସଦ ଏବଂ ପୂର୍ବତନ କୂଟନୀତିଜ୍ଞ ମଧ୍ୟ ଅଛନ୍ତି। ସେମାନେ ୩୩ ବିଦେଶ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ ଗସ୍ତ କରିଛନ୍ତି। ପୂର୍ବରୁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ପ୍ରତିନିଧି ଦଳଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଉଦ୍ୟମ ନେଇ ପ୍ରଶଂସା କରିଥିଲେ।

ଉଲ୍ଳେଖଯୋଗ୍ୟ, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର, ଜେଡିୟୁର ସଂଜୟ ଝା , ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଡି‌ଏମ୍‌କେର କାନିମୋଝି ଏବଂ ଏନ୍‌ସିପି (ଏସ୍‌ପି)ର ସୁପ୍ରିୟା ସୁଲେ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ଆତଙ୍କବାଦ ବିରୋଧରେ ଜାତୀୟ ଏକତାର ବାର୍ତ୍ତା ଦେବାପାଇଁ ସରକାର ଏହି ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥି‌ଲେ। ପ୍ରତିନିଧି ଦଳରେ ଥିବା ପ୍ରମୁଖ ପୂର୍ବତନ ସାଂସଦଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଏବଂ ସଲମାନ ଖୁର୍‌ସିଦ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *