ରାଜନୀତିରାଜ୍ୟ

ମମତା-ପୃଥ୍ୱୀରାଜ ମୁହାଁମୁହିଁ

ମମତା-ପୃଥ୍ୱୀରାଜ ମୁହାଁମୁହିଁ

  • କଟକ ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି।
  • ମମତା କହିଛନ୍ତି,କଟକ ଆଜି ଜଳୁଛି ।
  • କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି ।

ଭୁବନେଶ୍ବର/କୋଲକାତା ୦୯-୧୦-୨୦୨୫(ଏସ.ଏମ .) : ଟକ ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି,କଟକ ଆଜି ଜଳୁଛି । କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି । ବିଜେପି ପାର୍ଟି କଟକରେ ସମ୍ପ୍ରଦାୟିକ ହିଂସା ଭିଆଇଛି।।ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରି ଦେବେ । ଦୁଃଖର ସହ କହୁଛି ମୁଁ ବହୁତ ସରକାର ଦେଖିଛି କିନ୍ତୁ ଏମିତି ଅହଂକାରୀ ସରକାର ଦେଖିନି । ସେମାନେ ମନେ ରଖିବା ଦରକାର ଆଜି କ୍ଷମତା ଅଛି କାଲି କି ନଥିବ । କୌଣସି ଜିନିଷ ସ୍ଥାୟୀ ନୁହେଁ ବୋଲି ମମତା କହିଛନ୍ତି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ଜବାବ ଦେଇଛନ୍ତି। ସେ ମମତାଙ୍କୁ ଆଇନା ଦେଖାଇ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମମତା ପ୍ରଥମେ ନିଜ କଥା ବୁଝନ୍ତୁ।ଆଇନ ମନ୍ତ୍ରୀ କହିଛନ୍ତି, କଟକ ରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା। ସରକାର ଏହାକୁ ନିୟନ୍ତ୍ରଣକୁ ଆଣିଛନ୍ତି। କଟକର ପରିସ୍ଥିତି କଟକର ପାରିବେଶ ଯେଉଁଭଳି ଆଗରୁ ଥିଲା ଏବେ ସେଭଳି ଶାନ୍ତ ଅଛି। ଶାନ୍ତ ଥିବା କଟକକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ତଥା ନିନ୍ଦନୀୟ କଥା। ପଶ୍ଚିମବଙ୍ଗରେ ପ୍ରତିଦିନ କଣ ଘଟୁଛି ସେକଥା ମମତା ବାନାର୍ଜୀ ଠିକ ଢଙ୍ଗରେ ଦେଖିଲେ ସେ ଅନୁଭବ କରିବେ ତାଙ୍କର ବିଫଳତା, ଅକ୍ଷମତାର କାରଣ।

ପଶ୍ଚିମବଙ୍ଗରେ ଆଜି ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି।ମମତାଙ୍କ ଠାରୁ କୌଣସି ଟିପ୍ପଣୀ ଓଡ଼ିଶାବାସୀ ଆଶା କରୁନାହାନ୍ତି। ସରକାରଙ୍କ ଉପରେ ଓଡ଼ିଶାବାସୀଙ୍କ ଭରସା ଅଛି। ମମତା ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ଓଡ଼ିଶାର ଭାଷା, ସଂସ୍କୃତିକୁ ବଦନାମ କରିବାକୁ ସେ କୌଣସି ସୁଯୋଗ ଛାଡୁନାହାନ୍ତି |ପଶ୍ଚିମବଙ୍ଗ ଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *