LatestNewsଦୁର୍ନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ମାନ୍ଦା କାମ, ଆହୁରି ୬ ମାସ ଦହଗଞ୍ଜ

ମାନ୍ଦା କାମ, ଆହୁରି ୬ ମାସ ଦହଗଞ୍ଜ

  • ଦେଢ଼ ମାସ ଧରି ରାସ୍ତା ଖୋଳି ରଖିଲେ।
  • ମରାମତି କଲେ ନାହିଁ। ରାଜଧାନୀବାସୀ ସ୍ବର ଉଠାଇବା ପରେ ପ୍ରଶାସନ ନିଦ ଭାଙ୍ଗିଲା।
  • ଡିସେମ୍ବର ଶେଷ ସପ୍ତାହରେ ନୂତନ ଟେକ୍ନୋଲୋଜି…

ଭୁବନେଶ୍ୱର ୩୦-୦୧-୨୦୨୬(ଏସ .ଏମ ) : ଦେଢ଼ ମାସ ଧରି ରାସ୍ତା ଖୋଳି ରଖିଲେ। ମରାମତି କଲେ ନାହିଁ। ରାଜଧାନୀବାସୀ ସ୍ବର ଉଠାଇବା ପରେ ପ୍ରଶାସନ ନିଦ ଭାଙ୍ଗିଲା। ଡିସେମ୍ବର ଶେଷ ସପ୍ତାହରେ ନୂତନ ଟେକ୍ନୋଲୋଜି(ହ୍ବାଇଟ୍‌ ଟପିଙ୍ଗ ଫର୍ମୁଲା)ରେ ରାସ୍ତା କାମ ଆରମ୍ଭ କଲା ପୂର୍ତ୍ତ ବିଭାଗ। ଲାଗୁଥିବା ମାସେ ଦୁଇମାସ ମଧ୍ୟରେ ସହରବାସୀଙ୍କୁ ଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକ୍ତି ମିଳିବ। ମାତ୍ର ସେମିତି କିଛି ହେଲା ନାହିଁ। କିମ୍ବା ଆଗାମୀ ଦୁଇମାସ ମଧ୍ୟରେ ଟ୍ରାଫିକ୍‌ ଯନ୍ତ୍ରଣାରୁ ମୁକ୍ତି ବି ମିଳିବ ନାହିଁ। ମାସାଧିକ ହେଲା ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇ ସୈନିକ ସ୍କୁଲରୁ ଆଚାର୍ଯ୍ୟବିହାର ବ୍ୟସ୍ତବହୁଳ ରାସ୍ତା କାମ ହେଉଥିଲେ ମଧ୍ୟ ସରିବା ନାଁ ଧରୁ ନାହିଁ। ଇତିମଧ୍ୟରେ ଗୋଟିଏ ମାସ ମଧ୍ୟମରେ ମାତ୍ର ୮୦୦ ମିଟର ରାସ୍ତା କାମ ଶେଷ ହୋଇଛି। ତାହା ପୁଣି ଅଧପନ୍ତରିଆ। ଏଭଳି କାମ ଚାଲିଲେ ଆହୁରି କେତେ ଦିନ ସହରବାସୀଙ୍କୁ ଟ୍ରାଫିକ୍‌ ନିର୍ଯାତନାରେ ଦହଗଞ୍ଜ ହେବାକୁ ପଡ଼ିବ ତାହା ସମୟ କହିବ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ସରକାରୀ ବାବୁ ଯିବା ଆସିବା କରୁଥିଲେ ମଧ୍ୟ କାମର ମନ୍ଥରତା ନେଇ କାହାରି ନିଘା ନାହିଁ। ଯୋଜନା ଅନୁଯାୟୀ ସୈନିକ ସ୍କୁଲ ଛକରୁ ଆଚାର୍ଯ୍ୟ ବିହାର ମଧ୍ୟରେ ଏହି ଦୁଇ କିଲୋମିଟର ରାସ୍ତାକୁ ହ୍ବାଇଟ୍‌ ଟପିଙ୍ଗ ଫର୍ମୁଲାରେ କାମ କରାଯିବ। ପରୀକ୍ଷାମୂଳକ ଭାବେ ସୈନିକ ସ୍କୁଲ ଛକରୁ ଆଇଏମ୍‌ଏମ୍‌ଟି ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି। ତିନି ଲେନ୍‌ ବିଶିଷ୍ଟ ଏହି ରାସ୍ତା ମଝିରେ ବ୍ୟାରିକେଡ୍‌ ଲଗାଯାଇ କାମ ହେଉଛି। ଗୋଟିଏ ପାର୍ଶ୍ବରେ କାମ ଚାଲିଥିବା ବେଳେ ଅନ୍ୟପାର୍ଶ୍ବରେ ଗାଡ଼ି ଚଳାଚଳ କରୁଛି। କାର୍‌, ବାଇକ୍‌, ଟ୍ରକ୍‌, ବସ୍‌ ଆଦି ଯିବା ଆସିବା କରୁଥିବାରୁ ଟ୍ରାଫିକ୍‌ ଅଣନିଶ୍ବାସ କରୁଛି। କାମ ହୋଇଥିବା ରାସ୍ତାରୁ ବାହାରିଥିବା ଲୁହା ରଡ୍‌ଗୁଡ଼ିକ ଜୀବନ ନେବା ଅବସ୍ଥାରେ ରହିଛି। ୩୦ ଦିନରେ ମାତ୍ର ୮୦୦ ମିଟର ରାସ୍ତା କାମ ସରିଥିବାରୁ ବାକି ୧୨୦୦ ମିଟର କାମକୁ ଆହୁରି ଦୁଇ ମାସ ସମୟ ଲାଗିବ ବୋଲି ଇଞ୍ଜିନିୟରମାନେ ଆକଳନ କରିଛନ୍ତି। ଗୋଟିଏ ପାର୍ଶ୍ବ କାମ ୩ ମାସରେ ଶେଷ ହେଲେ ସମ୍ପୂର୍ଣ୍ଣ ରାସ୍ତା କାମ ଶେଷ ହେବାକୁ ୬ ମାସ ଲାଗିବ ବୋଲି ଆକଳନ କରାଯାଇଛି। ଏଭଳି ଚାଲିବା ଦ୍ବାରା ଲୋକ ଯେ କେବଳ ହସ୍ତସନ୍ତ ହେବେ ତାହା ନୁହେଁ, ସମସ୍ୟାରେ ଘାଣ୍ଟି ହେବା ଏକପ୍ରକାର ଥୟ।

ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ସଂସ୍ଥା ଏହି ରାସ୍ତା କାମ କରୁଛି ସେ ଏକାଧିକ ମେସିନ୍‌ ବଦଳରେ ଗୋଟିଏ ‌ମେସିନ୍‌ ଲଗାଇଛି। ପରିଣାମ ସ୍ବରୂପ ଗୋଟିଏ ପାର୍ଶ୍ବରୁ କାମ ମନ୍ଥର ଗତିରେ ଚାଲିଛି। ସୈନିକ ସ୍କୁଲ ପର୍ଯ୍ୟନ୍ତ କାମ ଶେଷ ହେବା ପରେ ଅନ୍ୟ ପାର୍ଶ୍ବ କାମ ପୁଣି ଆରମ୍ଭ ହେବ। ଯଦି ଏଭଳି କାମ ଚାଲେ ତେବେ ୨ କିଲୋମିଟର ରାସ୍ତା କାମ ଶେଷ ହେବାକୁ ୬ ମାସ ସମୟ ଲାଗିଯିବ। ରାସ୍ତା କାମ ଚାଲିଥିବାରୁ ଦିନ ତମାମ ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ିରେ ଅଟକି ରହି ରାସ୍ତା ପାର୍‌ ହେଉଛନ୍ତି। ପୂର୍ବାହ୍ନ ୮ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ଟାରୁ ରାତି ୮ ଯାଏ ଟ୍ରାଫିକ୍‌ ଯନ୍ତ୍ରଣା ଅଧିକ ରହୁଛି। ପ୍ରଶାସନ ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେପଟେ ଲୁହା ରଡ୍‌ଗୁଡ଼ିକ ବାହାରି ଥିବାରୁ ଜଣେ ବ୍ୟକ୍ତି ଏନେଇ ‘ଏକ୍ସ’ ମାଧ୍ୟମରେ ବିଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଏମ୍‌ସି କମିସନର ଚଞ୍ଜଲ ରାଣା ‘ଏକ୍ସ’ରେ ଉତ୍ତର ରଖି କହିଛନ୍ତି ଯେ କାମ ସ୍ଥାନରେ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ।
ସୂଚନା ଅନୁଯାୟୀ ଭାରତୀୟ ରୋଡ୍‌ କଂଗ୍ରେସ (ଆଇଆର୍‌ସି) ସମୟରେ ଏହି ରାସ୍ତାରେ ପରୀକ୍ଷାମୂଳକ ଭାବେ ହ୍ବାଇଟ୍‌ ଟପିଙ୍ଗ ଫର୍ମୁଲା ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ଟେକ୍ନୋଲୋଜି ବିଦେଶରେ ବହୁଳ ଭାବେ ବ୍ୟବହାର ହେଉଥିବାରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ରୋଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ସିଆର୍‌ଆର୍‌ଆଇ) ଗବେଷଣା ପରେ ଏହି ଟେକ୍ନିଲୋଜିକୁ ଅନୁମତି ଦେଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70