TOP STORIESଅପରାଧଘଟଣା ଦୁର୍ଘଟଣାରାଜ୍ୟ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିର ମୀରା ତିର୍କି….

ବୀରମିତ୍ରପୁର/ଭୁବନେଶ୍ୱର ୦୫-୦୬-୨୦୨୫(ଏସ.ଏମ ) : ବୀରମିତ୍ରପୁର ସୀମାନ୍ତ ଝାଡ଼ଖଣ୍ଡର ବାଉଁଶଯୋର ଥାନା ଅନ୍ତର୍ଗତ ପାହାଡ଼ଟୋଲି ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିର ମୀରା ତିର୍କି।ମିଳିଥିବା ସୂଚନା ଅନୁଯାଇ ମୀରା ତିର୍କିଙ୍କୁ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ କାଟି ପାହାଡ଼ଟୋଲି ଜଙ୍ଗଲରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି କୁହାଯାଉଛି। ରକ୍ତଜୁଡୁବୁଡୁ ଅବସ୍ଥାରେ ମୀରା ତିର୍କି ପଡ଼ିଥିବା ଦେଖି ସ୍ଥାନୀୟଲୋକେ ବାଉଁଶଯୋର ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇଁ ବାଉଁଶଯୋର ଥାନା ଅଧିକାରୀ ମିର୍ଜା ଓରାମ ବାଉଁଶଯୋର ଜିଲ୍ଲା ପରିଷଦ ସଦସ୍ୟ ଆନନ୍ଦ ଟୋପ୍ନ ସେଠାରେ ପହଞ୍ଚି ମୀରାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ସେଠାରେ ମୀରାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୀରାଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବାବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଚି଼ହ୍ନ ରହିଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *