ରାଜନୀତିରାଜ୍ୟ

ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ବିବରଣୀ ଦେଲେ ଭକ୍ତଚରଣ ଦାସ

ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ବିବରଣୀ ଦେଲେ ଭକ୍ତଚରଣ ଦାସ

ଆସନ୍ତା ୧୧ରେ ଆୟୋଜିତ ହେବାକୁ ଥିବା କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଭୁବନେଶ୍ବର ଆସିବେ

ଭୁବନେଶ୍ୱର୧୦-୦୭-୨୦୨୫( ଏସ .ଏମ ) : ସନ୍ତା ୧୧ରେ ଆୟୋଜିତ ହେବାକୁ ଥିବା କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଭୁବନେଶ୍ବର ଆସିବେ। ଏ ନେଇ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ ପିସିସି ସଭାପତି ଭକ୍ତଚରଣ ଦାସ ଏହି ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ତିନି ନେତା ଶୁକ୍ରବାର ପୂର୍ବାହ୍‌ଣ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ। ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କୁ ସ୍ୱାଗତ ପାଇଁ ରହିବେ କଂଗ୍ରେସ କର୍ମୀ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ବି ରହିଛି। ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ। ପ୍ରଥମେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ ରାହୁଲ ଓ ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡ୍‌ଗେ। ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେବ। ସନ୍ଧ୍ୟା ୫ଟାରେ ସେମାନେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ଦାସ ଆହୁରି କହିଛନ୍ତି, ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ କେନ୍ଦ୍ର ଦଳିମକଚି ନଷ୍ଟ କରି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପ୍ରତାରଣାର ପ୍ରତୀକ ପାଲଟିଛି। ରାଜ୍ୟ ସରକାର ଶ୍ରୀଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଖେଳୁଛନ୍ତି। ‘ସମ୍ବିଧାନ ବଞ୍ଚାଅ ସମାବେଶ’ ଡବଲ୍‌ ଇଞ୍ଜିନ୍‌ ସରକାର ପାଇଁ କାଳ ହେବ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାହୁଲଙ୍କ ଆଗାମୀ ଗସ୍ତ ରାଜ୍ୟରେ କଂଗ୍ରେସକୁ ପୁଣି ବଳଶାଳୀ କରିବ ବୋଲି ଆଶାପ୍ରକାଶ କରିଥିବା ବେଳେ ଅନ୍ୟତମ ଦୁଇ ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଗଣମାଧ୍ୟମମାନେ ରାହୁଲଙ୍କ ଗସ୍ତର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଥିଲେ। ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ଐତିହ୍ୟ ସ୍ମରଣ କରାଇ ଦେଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସରକାର ଖଣି ସେସ୍ ନ କରିବା ଦ୍ବାରା ରାଜ୍ୟ ଦୁଇ ଲକ୍ଷ କୋଟିର ଅଣରାଜସ୍ବ ଆୟ କାହା ସ୍ବାର୍ଥରେ ହରାଇଲେ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ପଛୁଆ ବର୍ଗ ପାଇଁ ଆବଶ୍ୟକ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ। ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ମହାସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହାନିପତି,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *