LatestNewsTOP STORIESଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଯବାନଙ୍କୁ ସଲାମ…

ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଯବାନଙ୍କୁ ସଲାମ…

ମାଲକାନଗିରି ୨୮-୦୩-୨୦୨୬(ଏସ.ଏମ ) :  ବାନ କେବେଳ ନକ୍ସଲଙ୍କ ସହ ଲଢେଇ କରୁନାହାନ୍ତି; ବରଂ ସେହି ଅଂଚଳରେ ଥିବା ଲୋକଙ୍କର ସେବା ମଧ୍ୟ କରୁଛନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଛତିଶଗଡ଼ର ନାରାୟଣପୁର ଆଇଟିବିପିର ଯବାନ ଦେଖାଇଛନ୍ତି। ଜଣେ ଗର୍ଭବତୀ ମହିଳା ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଯବାନମାନେ ସେଠାରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକେ ଯବାନଙ୍କ କାମକୁ ଭୁଲି ହେବ ନାହିଁ କହିଛନ୍ତି। ସମସ୍ତଙ୍କର ମୁହଁରେ ଗୋଟିଏ କଥା ଶୁଣାଯାଉଛି, ତାହା ହେଉଛି, ଯବାନଙ୍କୁ ସଲାମ… ଆଇଟିବିପିର ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇଲେ ଯେ ଜାତୀୟ ଉଦ୍ୟାନର ଦୁର୍ଗମ ଜଂଗଲ ଭିତରେ ରହିଥିବା ବୋଟେର ଗ୍ରାମରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତୁରନ୍ତ ଯବାନ ଜଂଗଲ ଭିତରେ ଅତି ସତର୍କତାର ସହ ପହଞ୍ଚିଥିଲେ। ଗାଁରେ ପହଞ୍ଚି ଦେଖିଲା ବେଳକୁ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତୁରନ୍ତ ସ୍ଥାନୀୟ କାଠରେ ଏକ ଅସ୍ଥାୟୀ ଷ୍ଟ୍ରେଚର ତିଆରି କରି ଯବାନ ତାଂକୁ ତୁରନ୍ତ ମେଡିକାଲ ପହଞ୍ଚାଇବା ପାଇଁ ଚେଷ୍ଟା କଲେ। ତେବେ ଏହି ଅଂଚଳ ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବାରୁ କୌଣସି ସମୟରେ ନକ୍ସଲ ଆମ୍ବୁସରେ ଯବାନଙ୍କୁ ଫସାଇ ପାରନ୍ତି ବୋଲି ଅନୁମାନ କରି ଚାରି ପଟେ ସୁରକ୍ଷାକୁ କଡ଼ାକଡ଼ି କରିଥିଲେ। କିଛି ଯବାନ କାନ୍ଧରେ ଷ୍ଟ୍ରେଚରକୁ ବୋହି ପ୍ରାୟ ୫ କିଲୋମିଟର ବାଟ ଛିବା ପରେ ମୁଖ୍ୟ ରାସ୍ତାରେ ଆମ୍ବୁଲେନସ ଠିଆ ହୋଇଥିଲା। ମହିଳାଙ୍କୁ ପ୍ରଥମେ ଓରଛା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ନାରାୟଣପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯବାନଙ୍କର ଏହି ମହାନତା ପାଇଁ ତାଂକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଯବାନଙ୍କର ଏହି ସହଯୋଗ ଯୋଗୁଁ ମହିଳା ଏବେ ସୁସ୍ଥ ଥିବା କୁହାଯାଇଛି। ଯବାନଙ୍କୁ ସଲାମ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70