Uncategorized

ସୁଧ କମାଇଲା ରିଜର୍ଭ ବ୍ୟାଙ୍କ: କମିବ ଇଏମ୍‌ଆଇ

ସୁଧ କମାଇଲା ରିଜର୍ଭ ବ୍ୟାଙ୍କ: କମିବ ଇଏମ୍‌ଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ।

ମୁମ୍ବାଇ/ଭୁବନେଶ୍ୱର ୧୦-୦୪-୨୦୨୫(ଏସ .ଏମ ) : ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ। ଏଥି ସହିତ ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ମଧ୍ୟ ସୁଧ କମିବାରେ ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକରେ ସମସ୍ତ ସଦସ୍ୟ ସୁଧ କମ୍ କରିବା ସପକ୍ଷରେ ମତ ଦେଇଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରିରେ ରେପୋ ହାର ୦.୨୫% କମ୍ ହୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ବ୍ୟବଧାନ ପରେ ସେହି ସମୟରେ ପ୍ରଥମ ଥର ପାଇଁ ରେପୋ ହାର କମ୍ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ ତାହାକୁ ରେପୋ ହାର କୁହାଯାଉଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଶୁଳ୍କ ଲଢ଼େଇର ପ୍ରଭାବକୁ ନେଇ ମୁଦ୍ରାନୀତି କମିଟି ଆଶଙ୍କା ପ୍ରକାଶ କରିଛି। ଏହାର ପ୍ରଭାବରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି, ଯାହା ଏହାର ପୂର୍ବ ଆକଳନ ୬.୭ ପ୍ରତିଶତ ତୁଳନାରେ କମ୍। ତେବେ ମୁଦ୍ରାସ୍ଫୀତି ହାରରେ ଏହା ସୁଧାର ଆଣିଛି। ମୁଦ୍ରାସ୍ଫୀତି ୪.୨ ପ୍ରତିଶତ ନୁହେଁ, ବରଂ ୪ ପ୍ରତିଶତ ରହିବ ବୋଲି ଏହା ଆକଳନ କରିଛି। ମୁଦ୍ରାନୀତି କମିଟି ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛି। ଗ୍ରାହକଙ୍କ ତରଫରୁ ବ୍ୟବସାୟୀମାନଙ୍କୁ କରାଯାଉଥିବା ୟୁପିଆଇ ପେମେଣ୍ଟର ସୀମା ନିର୍ଧାରଣ କରିବା ଅଧିକାର ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)କୁ ପ୍ରଦାନ କରାଯିବ। ବର୍ତ୍ତମାନ ଏହି ସୀମା ୨ ଲକ୍ଷ ଟଙ୍କା ରହିଛି। ସୁନା ଋଣକୁ ନେଇ ନୂଆ ଗାଇଡ୍‌ଲାଇନ୍ ଆସିବ ବୋଲି ଗଭର୍ଣ୍ଣର ଶ୍ରୀ ମଲହୋତ୍ରା କହିଛନ୍ତି।  କୋ-ଲେଣ୍ଡିଂ ବ୍ୟବସ୍ଥାରେ ସମସ୍ତ ନିୟନ୍ତ୍ରିତ ସଂସ୍ଥାଙ୍କୁ ସାମିଲ କରାଯିବ। ଅଗ୍ରାଧିକାର କ୍ଷେତ୍ର ବାହାରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *