ସୁନାବେଶ…………
ସୁନାବେଶ…………
ମହଣ ମହଣ ସୁନାରେ ସଜେଇ
ସୁନ୍ଦର ତୋ ଲାଗେ ବେଶ.
ରଥ ଯାତ୍ରା ସାରି ଆସିଲୁ ତୁ ଫେରି
ହସୁଛି ତୋ ନନ୍ଦିଘୋଷ…………
ତୋ ଗହଣେ ଆଜି ଭକ୍ତ ସିନା ନାହିଁ
ଦୂରୁ ଥାଇ କରେ ଭକ୍ତି.ଦୂରରୁ ଭାବିଲେ ସୁନା ବେଶ
ମୁହଁଆତ୍ମା ମୋର ହୁଏ ତୃପ୍ତି…………..
ସାଙ୍ଗରେ ତୋ ଅଛି ସୁଭଦ୍ରା ଭଉଣୀ
ଦେବଦଳନରେ ହସେ.
ତଳଧ୍ଵଜ ରଥେ ବଳଭଦ୍ର ବିଜେ
ତ୍ରିମୁର୍ତ୍ତି ସୁନ୍ଦର ଦିଶେ……………..
ଏକଶହ ଉର୍ଦ୍ଧରୁ ଅଧିକ ଧାତୁରେ
ହୋଇଛି ତୋ ଦେହ ସଜା.
ଅନନ୍ତ କୋଟି ତୋ ରୂପରେ ବିଲୀନ
ତୁ ଏକା କାଳିଆ ରଜା………………
କିରୀଟ ଶ୍ରିଭୁଜ କଦମ୍ବମାଳି ଯେ
ସୁନ୍ଦର ତୋ ଅଳଙ୍କାର.
ଆଡ଼କାନି ଆଉ ହରିଡ଼ାମାଳିରେଝଲସେ ଅଙ୍ଗ ପୟର…………..
ତଗଡିରେ ସଜା ସୁଭଦ୍ରା ଭଉଣୀ
ହଳଭୂଷଣରେ ଭାଇ.
ସ୍ଵର୍ଣଚକ୍ର ଆଉ ରୌପ୍ୟଶଙ୍ଖରେ
ତୁ ମନ ମୋର ନେଉ ମୋହି………..
ରତିକାନ୍ତ ଜେନା, ବିଲବଳରାମପୁର, କେନ୍ଦ୍ରାପଡ଼ା, 7077286580.