TOP STORIESଦେଶ- ବିଦେଶ

ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି

ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି

ସମୟସୀମା ଧାର୍ଯ୍ୟ ନେଇ ତାମିଲନାଡ଼ୁ ମାମଲା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫.୦୫.୨୦୨୫(ଏସ .ଏମ ) : ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ ପଚାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାମିଲନାଡ଼ୁ ଐତିହାସିକ ମାମଲାରେ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରାଷ୍ଟ୍ରପତି ପଚାରିଲେ ୧୪ଟି ପ୍ରଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ ନେଇ ତାମିଲନାଡୁ ମାମଲାରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଯେକୌଣସି ବିଲକୁ ଅନୁମୋଦନ କରିବାକୁ ରାଜ୍ୟପାଳମାନଙ୍କ ପାଇଁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।ତେବେ ସମ୍ବିଧାନର ଧାର ୧୪୩ (୧) ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି । ଧାରା ୨୦୦ ଅନୁଯାୟୀ ଯେତେବେଳେ ଏକ ବିଲ୍ ରାଜ୍ୟପାଳଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ ସେତେବେଳେ ରାଷ୍ଟ୍ରପତି ଏହି ବିଲ ଉପରେ ସହମତି ଦେଇପାରନ୍ତି କିମ୍ବା ଅସହମତି ପ୍ରକାଶ କରିପାରନ୍ତି । ସମ୍ବିଧାନରେ ଏହି ପ୍ରକ୍ରିୟା ନେଇ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନଥିବା ବେଳେ ସୁପ୍ରିମକୋର୍ଟ କିନ୍ତୁ ଏହା ଉପରେ ରାୟ ଦେଇ କହିଛନ୍ତି କି ରାଷ୍ଟ୍ରପତି ଏହି ବିଲ ଉପରେ ବିଚାର କରିବାକୁ ଲମ୍ବା ସମୟ ନେଇପାରିବେ ନାହିଁ । ଆଉ ତାପରେ ହିଁ ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ

* ଯେତେବେଳେ ରାଜ୍ୟପାଳଙ୍କ ପାଖକୁ କୌଣସି ବିଲ୍ ଆସେ, ସେତେବେଳେ ତାଙ୍କ ପାଖରେ କ’ଣ ସବୁ ସାମ୍ବିଧାନିକ ବିକଳ୍ପଗୁଡ଼ିକ ରହିଥାଏ ?
* ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କଣ ରାଜ୍ୟପାଳ କୌଣସି ବିଲ ଉପରେ ନିଷ୍ପତ୍ତି ନେବା ବେଳେ ମନ୍ତ୍ରିପରିଷଦଙ୍କ ପରାମର୍ଶ ଦ୍ବାରା ବନ୍ଧା ?
* ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କଣ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚାଲେଞ୍ଜ ଦିଆଯାଇ ପାରିବ ?
* କଣ ଧାରା ୩୬୧ ରାଜ୍ୟପାଳଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ପାରିବ ?
* ଯଦି ସମ୍ବିଧାନରେ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ନାହିଁ ତାହାଲେ କଣ ଅଦାଲତ ସମୟ ସୀମା ନିର୍ଦ୍ଧାରଣ କରିପାରି ?
* କଣ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବି ଅଦାଲତରେ ଚାଲେଞ୍ଜ କରିହେବ ?
* ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ବିଲ୍ ପଠାଇଲେ ରାଷ୍ଟ୍ରପତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ମତାମତ ନେବା ବାଧ୍ୟତାମୂଳକ କି ?
* ଧାରା ୨୦୦ ଏବଂ ୨୦୧ ଅନୁଯାୟୀ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆଇନ ହେବା ପୂର୍ବରୁ ନ୍ୟାୟିକ ସମୀକ୍ଷାର ଅଧୀନରେ ଆସେ କି?
* ଭାରତର ସମ୍ବିଧାନର ଧାରା ୧୪୨ ଅନୁଯାୟୀ କ’ଣ ସାମ୍ବିଧାନିକ କ୍ଷମତାର ପ୍ରୟୋଗ ରାଷ୍ଟ୍ରପତି / ରାଜ୍ୟପାଳଙ୍କ ଦ୍ୱାରା ଆଦେଶକୁ କୌଣସି ପ୍ରକାରେ ବଦଳାଯାଇପାରିବ ?
* ରାଜ୍ୟପାଳଙ୍କ ଅନୁମୋଦନ ବିନା ମଧ୍ୟ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ଆଇନ ପ୍ରଭାବଶାଳୀ ବୋଲି ବିବେଚନା କରାଯିବ କି ?
* ଧାରା ୧୪୫(୩) ଅନୁଯାୟୀ ଏକ ସାମ୍ବିଧାନିକ ପ୍ରଶ୍ନର ବିଚାର କରିବା ପାଇଁ ସୁପ୍ରିମକୋର୍ଟର ସର୍ବନିମ୍ନ ପାଞ୍ଚ ଜଣିଆ ଖଣ୍ଡପୀଠ ଆବଶ୍ୟକ କି?
* ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କେବଳ ପ୍ରକ୍ରିୟା ଯାଏଁ ସୀମିତ ନା ବିପରୀତ ଆଦେଶ ମଧ୍ୟ ଜାରି କରାଯାଇପାରିବ ?
* ସମ୍ବିଧାନର ଧାରା ୧୩୧ ଅନୁଯାୟୀ ଦାୟର ହୋଇଥିବା ମାମଲା ବ୍ୟତୀତ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ସୁପ୍ରିମକୋର୍ଟର ଅନ୍ୟ କୌଣସି କ୍ଷମତା ଅଛି କି…

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *