ହଠାତ୍ ଭାଙ୍ଗିଗଲା ପୋଲ, ନଦୀକୁ ଖସିପଡିଲା ଅନେକ ଗାଡ଼ି
ହଠାତ୍ ଭାଙ୍ଗିଗଲା ପୋଲ, ନଦୀକୁ ଖସିପଡିଲା ଅନେକ ଗାଡ଼ି
ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ । ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ
ଅହମଦାବାଦ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ମଝି ନଈରେ ଭାଙ୍ଗିଗଲା ପୋଲ । ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ । ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିଲା । ଟୁଇଟି ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଖସିପଡିଥିବା ସୂଚନା ମିଳିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । ଆଜି ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଥିବା ବେଳେ । ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।