ଅପରାଧଦେଶ- ବିଦେଶ

ହତ୍ୟା କରି ଅନ୍ତିମ ସଂସ୍କାରକୁ ଫୁଲମାଳ ଧରି ପହଞ୍ଚିଲା ଅଭିଯୁକ୍ତ, ଗିରଫ କଲା ପୁଲିସ

ହତ୍ୟା କରି ଅନ୍ତିମ ସଂସ୍କାରକୁ ଫୁଲମାଳ ଧରି ପହଞ୍ଚିଲା ଅଭିଯୁକ୍ତ, ଗିରଫ କଲା ପୁଲିସ

ପାଟନା/ଭୁବନେଶ୍ୱର ୦୭-୦୭-୨୦୨୫( ଏସ.ଏମ .) :  ତ ଶୁକ୍ରବାର ବିହାରର ପାଟନାରେ ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମ୍‌କାଙ୍କୁ ତାଙ୍କ ଘର ନିକଟରେ ଅଜ୍ଞାତ ଆତତାୟୀମାନେ ଗୁଳିକରି ହତ୍ୟା କରିଥିଲେ। ୬ ବର୍ଷ ତଳେ ତାଙ୍କ  ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ହତ୍ୟା ପରେ ତାଙ୍କର ଅନ୍ତିମସଂସ୍କାରରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି।କୁହାଯାଉଛି ଯେ, ରବିବାର ଗୋପାଳ ଖେମ୍‌କାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଅନେକ ବିଶିଷ୍ଟ ବ୍ୟବସାୟୀ ଏଥିରେ ଯୋଗ ଦେଇଥିଲେ। ଏହି ଘଟଣାର ଜଣେ ଅଭିଯୁକ୍ତ ଫୁଲମାଳ ଧରି ଖେମ୍‌କାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲା। ଏଠାରୁ ହିଁ ତଦନ୍ତ ପାଇଁ ଗଠନ ହୋଇଥିବା ଏସଟିଏଫ୍ ଟିମ୍, ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ଜଣାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ଏହି କାର୍ଯ୍ୟ କରିବା ପୂର୍ବରୁ ପାଟନାର ଦଲଦଲି ଅଞ୍ଚଳରେ ଥିବା ଏକ ଚା’ ଦୋକାନ ନିକଟରେ ତିନି ଜଣ ଅପରାଧୀ ଏକାଠି ହୋଇଥିଲେ। ଦୁର୍ବୃତ୍ତମାନେ ସେଠାରେ ଚା’ ପିଇବା ପରେ ସେମାନଙ୍କ ମଧ୍ୟରୁ ଜଣେ ଖେମକାଙ୍କ ବାସଭବନକୁ ଯାଇଥିଲେ ଏବଂ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ।ଉଲ୍ଲେଖଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ଥିବା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଶୁକ୍ରବାର(ଜୁଲାଇ ୪) ରାତି ୧୧ଟାରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଖେମକା, ପାଟନାର ଜଣେ ବଡ଼ ବ୍ୟବସାୟୀ ଥିଲେ ଏବଂ ସେ ମଗଧ ହସ୍ପିଟାଲର ମାଲିକ ମଧ୍ୟ ଥିଲେ। ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ୬ବର୍ଷ ପୂର୍ବେ ବୈଶାଳୀର ଇଣ୍ଡଷ୍ଟ୍ରିଆଲ ପୁଲିସ ଷ୍ଟେସନ ଅଞ୍ଚଳରେ ଅପରାଧୀମାନେ ହତ୍ୟା କରିଥିଲେ। ଏବେ ପୁଣି ଗୋପାଳ ଖେମକାଙ୍କୁ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *