ଅପରାଧରାଜ୍ୟ

ହାଇକୋର୍ଟଙ୍କ ଚର୍ଚ୍ଚିତ ଦଣ୍ଡାଦେଶ

ହାଇକୋର୍ଟଙ୍କ ଚର୍ଚ୍ଚିତ ଦଣ୍ଡାଦେଶ

କଟକ, ୦୮.୦୫.୨୦୨୫(ଏସ .ଏମ ) :  ଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଥାନା ପରିସର ସଫେଇ ଓ ଶହେ ଚାରା ରୋପଣ ଭଳି ସର୍ତ୍ତ ଧାର୍ଯ୍ୟ କରିଛନ୍ତି।ଜାମିନରେ ଜେଲରୁ ମୁକୁଳିବା ପରେ ଆବେଦନକାରୀ ଦୁଇ ମାସ ଚନ୍ଦକା ଥାନା ପରିସରର ସଫେଇ କାର୍ଯ୍ୟ କରିବେ। ଥାନା ପରିସର ସଫେଇ ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେଇ ଚନ୍ଦକା ଥାନା ଆଇଆଇସି ଆବଶ୍ୟକ ବ୍ୟବସ୍ଥା କରିବେ। ଯାହା ଦ୍ବାରା ସକାଳ ବେ‌ଳା ଆବେଦନକାରୀ ଚନ୍ଦକା ଥାନା ପରିସରରେ ସଫେଇ କାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।ଏଥି ସହିତ ନିଜ ଗ୍ରାମ ନିକଟ ଅଞ୍ଚଳରେ ୧ଶହ ଆମ୍ବ, ନିମ, ତେନ୍ତୁଳି ଭଳି ଚାରା ଆବେଦନକାରୀ ରୋପଣ କରିବେ। ଆଗାମୀ ‌ମୌସୁମୀରେ ଆବେଦନକାରୀ ଏହି ଗଛ ସରକାରୀ ଜମି/ ଗୋଷ୍ଠୀ/ ଘରୋଇ ଜମିରେ ଲଗାଇବେ। ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରା ରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଙ୍ଗରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ।ଜିଲ୍ଲା ନର୍ସରି/ଡିଏଫଓ ଚାରା ଯୋଗାଇବା ପ୍ରସଂଗରେ ସହଯୋଗ କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ। ଚାରା ରୋପଣ ସହିତ ଏହି ସବୁ ଚାରାର ଦୁଇ ବର୍ଷ ପର୍ଯ୍ୟନ୍ତ ଯତ୍ନ ନେବା ପ୍ରସଂଗରେ ଆବେଦନକାରୀ ସ୍ଥାନୀୟ ଥାନାରେ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି।ସେହିପରି ଆବେଦନକାରୀ ପ୍ରତି ସୋମବାର ଦିନ ୧୦ଟା ରୁ ୧ଟା ମଧ୍ୟରେ ସ୍ଥାନୀୟ ଥାନାରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଟୁଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଇନଫୋସିଟି ଥାନାରେ ରୁଜୁ ମାମଲାରେ ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *