Uncategorizedରାଜ୍ୟ

କାଳ ସାଜିଲା କାଳବୈଶାଖୀ: ଅଟୋ ଉପରେ ପଡ଼ିଲା ଗଛ, ୨ ମୃତ

କାଳ ସାଜିଲା କାଳବୈଶାଖୀ: ଅଟୋ ଉପରେ ପଡ଼ିଲା ଗଛ, ୨ ମୃତ

ଶୁକ୍ରବାର କାଳବୈଶାଖୀ ୨ଟି ମୁଣ୍ଡ ନେଇଛି। ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ଗଛ ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଅଟୋ ଚାଳକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝିଲିମୁଣ୍ଡା ଗାଁର ମୁସ୍ତଫା ମହମ୍ମଦ ଓ ଯାତ୍ରୀ ପୁଇନ୍ତଳା ଥାନା ତଣ୍ଡାମୁଣ୍ଡା ଗାଁର ନଦୀ ନନ୍ଦ।

ବଲାଙ୍ଗୀର/ଭୁବନେଶ୍ୱର ୨୬-୦୪-୨୦୨୫(ଏସ.ଏମ ) :  ଶୁକ୍ରବାର କାଳବୈଶାଖୀ ୨ଟି ମୁଣ୍ଡ ନେଇଛି। ରାସ୍ତାରେ ଯାଉଥିବା ଏକ ଅଟୋ ଉପରେ ଗଛ ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଅଟୋ ଚାଳକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝିଲିମୁଣ୍ଡା ଗାଁର ମୁସ୍ତଫା ମହମ୍ମଦ ଓ ଯାତ୍ରୀ ପୁଇନ୍ତଳା ଥାନା ତଣ୍ଡାମୁଣ୍ଡା ଗାଁର ନଦୀ ନନ୍ଦ। ବଲାଙ୍ଗୀର-ଆଠଗାଁ ରାସ୍ତା କଂସବାହାଲ ଛକଠାରେ ଏହି ଦୁଃଖଦ ଘଟଣା ଘଟିଛି।ଶୁକ୍ରବାର ଅପରାହ୍ଣରେ ଦୁହେଁ ଅଟୋରେ ଯାଉଥିବାବେଳେ ହଠାତ ଜୋର୍‌ରେ ପବନ ବହିଥିଲା। ଏହି ସମୟରେ ରାସ୍ତାକଡ଼ରେ ଥିବା ଏକ ନିମ୍ବଗଛ ଉପୁଡ଼ି ଅଟୋରିକ୍ସା ଉପରେ ପଡ଼ିବାରୁ ଅଟୋ ଭିତରେ ଚାପି ହୋଇ ମୁସ୍ତଫା ଓ ନଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଇନ୍ତଳା ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଶବ ଉଦ୍ଧାର କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *