ଅପରାଧଘଟଣା ଦୁର୍ଘଟଣାରାଜ୍ୟଶିକ୍ଷା

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ, ତଦନ୍ତ ପାଇଁ ଯାଇଥିବା ବେଳେ ପୁଲିସ ହଟହଟା

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ, ତଦନ୍ତ ପାଇଁ ଯାଇଥିବା ବେଳେ ପୁଲିସ ହଟହଟା

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଥିବା ଜଣା ପଡ଼ିଛି l

ଖନ୍ତାପଡ଼ା ୩୦-୦୧-୨୦୨୬(ଏସ .ଏମ ) :  ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଥିବା ଦାସମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର ହୋଇଥିବା ଜଣା ପଡ଼ିଛି l ଛାତ୍ର ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ ଛୁଟି ହେବାକୁ କିଛି ସମୟ ବାକିଥିବା ବେଳେ କିଛି ଛାତ୍ରଛାତ୍ରୀ ସେହି ଛାତ୍ରଙ୍କ ନିକଟରେ ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ l ତେଣୁ ସେମାନେ ବିଦ୍ୟାଳୟର ଶିକ୍ଷକଙ୍କୁ ଅବଗତ କରାଇଥିଲେ l ପରେ ସ୍କୁଲ କମିଟି ପହଞ୍ଚି ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ l ତେବେ ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ଏ ଏସ ଆଇ ଉଦୟନାଥ ଭକ୍ତା ପ୍ରଥମେ ସାଦା ପୋଷାକରେ ଘଟଣାସ୍ଥଳକୁ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ l ପରେ ଅନ୍ୟ ପୁଲିସ କର୍ମଚାରୀମାନେ ଆସି ସାଧାରଣ ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିବାରୁ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲେ lତେବେ ଉକ୍ତ ସମୟରେ ଖନ୍ତାପଡ଼ା ପୋଲିସକୁ ନାକେଦମ ହେବାକୁ ପଡିଥିଲା।

ଅନ୍ୟପଟେ ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାହା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିବା ସହିତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି। ଯେଉଁ ବୟସରେ ଛାତ୍ରଛାତ୍ରୀମାନେ ହାତରେ କଲମ ଧରି ଲେଖିବା ଶିଖିବାର ସମୟ, ସେହି ସମୟରେ ଛାତ୍ରଛାତ୍ରୀମାନେ ବନ୍ଧୁକ ଧରିବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ମତ

ଘଟଣା ବାବଦରେ ଆମେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ମତାମତ ନିଆ ଯାଇଥିଲା। ସେ କହିଛନ୍ତି, ମିଳିଥିବା ବନ୍ଧୁକଟିକୁ ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ସେହିପରି ସାଦା ପୋଷାକରେ ଘଟଣା ସ୍ଥଳକୁ ଯାଇଥିବା ପୁଲିସ କର୍ମଚାରୀ ବିଷୟରେ ପଚାରିବାରୁ ସେ କହନ୍ତି ଯେହେତୁ ଏହା ନାବାଳକ ଘଟଣା ସେ ସ୍ଥାନକୁ ପୁଲିସ ଡ୍ରେସରେ ନଯିବା ପାଇଁ ନିୟମ ଅଛି।ତେବେ ଜିଲ୍ଲା ପ୍ରଶାସନ ଘଟଣା ଉପରେ ବିଶେଷ ଭାବେ ଦୃଷ୍ଟି ଦେଇ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70