LatestNewsରାଜନୀତିରାଜ୍ୟ

ଓଡ଼ିଶାରେ କେବେ ହେବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?

 ଓଡ଼ିଶାରେ କେବେ ହେବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?

  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖାପାଖି ବର୍ଷେ ପରେ ‌ଅନୁଷ୍ଠିତ ହେବ।
  • ପଞ୍ଚାୟତ ନିର୍ବାଚନ ପାଇଁ ସଠିକ ସମୟ ଘୋଷଣା ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜନିଜର କ୍ଷେତ୍ର ସଜାଡୁଛନ୍ତି।

ଭୁବନେଶ୍ୱର ୨୪-୦୧-୨୦୨୬(ଏସ.ଏମ ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖାପାଖି ବର୍ଷେ ପରେ ‌ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ସଠିକ ସମୟ ଘୋଷଣା ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜନିଜର କ୍ଷେତ୍ର ସଜାଡୁଛନ୍ତି। ରାଜ୍ୟର ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଡେଉଁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆଗୁଆ ହୋଇପାରେ। ଏହି ନିର୍ବାଚନ ୨ରୁ ୩ମାସ ପୂର୍ବରୁ ହୋଇପାରେ।  ସୂଚନାଯୋଗ୍ୟ, ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟର ତାଲିକାର ଏସ୍‌ଆଇଆର୍ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ପ୍ରି-ଏସ୍ଆଇଆର୍ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ଏମିତି ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାର ଏସ୍‌ଆଇଆର୍‌ ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍‌ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି। 

୨୦୨୨ରେ ଏସ୍‌ଆଇଆର୍…

ମିଳିଥିବା ସୂଚନା ଅନୁଯାୟୀ, ୨୦୦୨ ମସିହାରେ ଶେଷ ଥର ପାଇଁ ରାଜ୍ୟରେ ଏସ୍‌ଆଇଆର୍ ହୋଇଥିଲା। ଏବେ ପ୍ରି-ଏସ୍‌ଆଇଆର୍‌ କାର୍ଯ୍ୟରେ ୨୦୦୨ ମସିହା ଭୋଟର ତାଲିକା ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବର ଭୋଟର ତାଲିକାକୁ ଆଧାର କରି ସର୍ଭେ ଚାଲିଛି। ଏଥିରେ କେଉଁ ବୁଥ୍‌ରେ ୨୦୦୨ ମସିହାରେ କେଉଁ ଭୋଟର ଥିଲେ, ସେମାନେ ୨୦୨୪ରେ ସେହି ବୁଥ୍‌ରେ ଭୋଟ୍ ଦେଇଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଉଛି। ସେହି ଭୋଟର ଏବେ ଉକ୍ତ ବୁଥ୍‌ରେ ଅଛନ୍ତି ନା କେଉଁଠି ଅଛନ୍ତି ତାହା ମ୍ୟାପିଂ କରାଯାଉଛି। ଯଦି କେହି ଭୋଟର ମରି ଯାଇଛନ୍ତି ତେବେ ତାଙ୍କୁ ତାଲିକାରୁ ବାଦ୍‌ ଦିଆଯାଉଛି। ଯଦି କୌଣସି ଝିଅ ବିବାହ ପରେ ଅନ୍ୟ ବୁଥ୍‌କୁ ଯାଇଛନ୍ତି ତେବେ ତାକୁ ମ୍ୟାପିଂ କରାଯାଇ ଉଲ୍ଲେଖ କରାଯାଉଛି। ଯାହାର ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଜଣାପଡ଼ୁଛି ଗୋଟିଏ ସ୍ଥାନରୁ ନାମ କଟାଯାଉଛି। ଏବେ ଭୁବନେଶ୍ବରରେ ୨୦% ମ୍ୟାଚିଂ ହୋଇଥିବାରୁ କେବଳ ଭୁବନେଶ୍ବରରେ ପୁଣି ଥରେ ପ୍ରି-ଏସ୍‌ଆଇଆର୍ କାମ ଚାଲିଛି। ଆଗକୁ କାମ ସହଜ କରିବାକୁ ଏବେ କେବଳ ପ୍ରସ୍ତୁତି ଚାଲିଛି।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70