ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ।
  • ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି।
  • ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି।

କଟକ ୨୬-୧-୨୦୨୬(ଏସ.ଏମ ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି। ଦେଶରୁ ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଆଜି କଟକଠାରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉଡାଇବା ପରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶାରେ ଆଗାମୀ ଦିନରେ ଅଭୂତପୂର୍ବ ଶିଳ୍ପାୟନ ହେବାକୁ ଯାଉଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଆମ ସରକାର ଲୋକଙ୍କ ହିତ ପାଇଁ କାମ କରୁଛି। ଆମ ସରକାର ସବୁବେଳେ ଆପଣଙ୍କ ପାଖରେ ଠିଆ ହୋଇଛନ୍ତି। ଏବେ ଚାଷୀମାନଙ୍କ ବାର୍ଷିକ ଆୟ ପୂର୍ବାପେକ୍ଷା ଅଧିକ ହୋଇ ଏବେ ୬୧ ହଜାର ଟଙ୍କାରେ ପହଞ୍ଚିଛି। ଆମ ସରକାର ଯୁବ, ଚାଷୀ, ମହିଳା ଓ ଗରିବଙ୍କ ପାଇଁ କାର୍ଯ୍ୟ କରୁଛି। ଶିଳ୍ପ କ୍ଷେତ୍ରରେ ଆମ ଓଡ଼ିଶା ଆଗକୁ ଯାଉଛି। ରାଜ୍ୟରେ ୩୫ ହଜାର ନୂତନ ନିଯୁକ୍ତି ଲାଗି ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶାରେ ଆଗାମୀ ଦିନରେ ଅଭୂତପୂର୍ବ ଶିଳ୍ପାୟନ ହେବାକୁ ଯାଉଛି। ଏନେଇ ମୁଁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି।

ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ ବରଦାସ୍ତ କରାଯିବନି

ଆମ ସରକାର ‘ସୁଭଦ୍ରା’ ଭଳି ଅନେକ ନାରୀକୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ କରିଛନ୍ତି। ମହିଳା ବିରୋଧୀ ହିଂସାର ଓଡ଼ିଶାରେ ସ୍ଥାନ ନାହିଁ। ଯେଉଁମାନେ ଏଥିରେ ଲିପ୍ତ ସେମାନଙ୍କ ଠିକଣା ଜେଲ୍। ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ ବରଦାସ୍ତ କରାଯିବନି। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ଠିକ୍ ସେହିପରି ଦୁର୍ନୀତିଗ୍ରସ୍ତଙ୍କ ସ୍ଥାନ ବି ଜେଲରେ ବୋଲି କହି ଅଧିକାରୀମାନଙ୍କୁ କଡ଼ା ଚେତାବନୀ ‌ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆମ ସରକାର ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70