ଆମସଂସ୍କୃତିବିଶେଷ ସ୍ତମ୍ବରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିରରେ ବାଧକ କିଏ?

କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିରରେ ବାଧକ କିଏ?

କଟକ ସହରବାସୀଙ୍କ ଭାବାବେଗ, ଆସ୍ଥା, ବିଶ୍ବାସ ସହିତ ଜଡ଼ିତ ମା’ କଟକ ଚଣ୍ଡୀ। ମା’ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୂର୍ବ ସରକାର ଯେବେ ନିଷ୍ପତ୍ତି ନେଲେ, ତାହା ସହରବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି କଲା।

News by bijay kumar panda

କଟକ ୨୬-୧-୨୦୨୬(ଏସ.ଏମ ) :( ବିଜୟ କୁମାର ପଣ୍ଡା  ) ଟକ ସହରବାସୀଙ୍କ ଭାବାବେଗ, ଆସ୍ଥା, ବିଶ୍ବାସ ସହିତ ଜଡ଼ିତ ମା’ କଟକ ଚଣ୍ଡୀ। ମା’ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୂର୍ବ ସରକାର ଯେବେ ନିଷ୍ପତ୍ତି ନେଲେ, ତାହା ସହରବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି କଲା। ୨୦୨୨ରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୪ ବର୍ଷ ବିତିବାକୁ ବସିଛି, ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ। ୨୦୨୬, ମାର୍ଚ୍ଚ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ମନ୍ଦିର ନିର୍ମାଣ ସଂପର୍କିତ ଅନେକ କାର୍ଯ୍ୟ ଓ ନିଷ୍ପତ୍ତିକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ବାସ୍ତବ‌ରେ ମା’ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର ନିର୍ମାଣରେ କିଏ ବାଧକ ସାଜୁଛି ବୋଲି ପ୍ରଶ୍ନ ଉଠୁଛି। ତଥ୍ୟ ଅନୁଯାୟୀ ୨୦୨୩ ଫେବ୍ରୁଆରି ୨୩ରେ ପୂର୍ତ୍ତ ବିଭାଗ ଚଣ୍ଡୀ ମନ୍ଦିର ନିର୍ମାଣ ସଂପର୍କିତ ପରିବର୍ଦ୍ଧିତ ବ୍ୟୟ ମଞ୍ଜୁର କରିଥିଲା। ମନ୍ଦିର ନିର୍ମାଣରେ ୫୧ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ମନ୍ଦିରର କେଉଁ କାମରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ସଂପର୍କିତ ସବିଶେଷ ବଜେଟ୍‌ ଓବିସିସିକୁ ଦିଆଯାଇଥିଲା। ମନ୍ଦିର କାମ ତ ସଂପୂର୍ଣ୍ଣ ହୋଇନାହିଁ କିନ୍ତୁ ଯେତିକି କାମ ସଂପୂର୍ଣ୍ଣ ହୋଇଛି, ସେଥିରୁ ‌କେତେକ କ୍ଷେତ୍ରରେ ମଞ୍ଜୁର ଅର୍ଥଠାରୁ ବହୁ କମ୍‌ ଅର୍ଥ ଖର୍ଚ୍ଚ କରାଯିବା ଘଟଣା ଏବେ ମନ୍ଦିରର ଭବ୍ୟତାକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ପୂର୍ତ୍ତ ବିଭାଗର ବ୍ୟୟ ଅଟକଳ ଅନୁଯାୟୀ ମା’ କଟକ ଚଣ୍ଡୀ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ହନୁମାନ ମନ୍ଦିର ପାଇଁ ୧ କୋଟି ୪୨ ଲକ୍ଷ ୭୫ ହଜାର ୪୮୮ ଟଙ୍କା ଖର୍ଚ୍ଚ ହେବା କଥା। ଅର୍ଥାତ୍‌ ପ୍ରତ୍ୟେକ ମନ୍ଦିର ପାଇଁ ୪୭ ଲକ୍ଷ ୫୮ ହଜାର ୪୯୬ ଟଙ୍କାର ବଜେଟ ମଞ୍ଜୁର ହୋଇଥିଲା। କିନ୍ତୁ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ୧୦ ଲକ୍ଷ, ସୂର୍ଯ୍ୟ ମନ୍ଦିର ପାଇଁ ୯ ଲକ୍ଷ ଓ ହନୁମାନ ମନ୍ଦିର ପାଇଁ ୯ ଲକ୍ଷ ଟଙ୍କା ବ୍ୟୟ ପାଇଁ କାର୍ଯ୍ୟାଦେଶ କୀର୍ତ୍ତନ ମହାରଣାଙ୍କୁ ଡିଇଏସ୍‌ପିଏଲ୍‌ ଠିକାସଂସ୍ଥା ପକ୍ଷରୁ ଦିଆଯାଇଛି। ସେହିଭଳି ଶିବ ମନ୍ଦିର ପାଇଁ ୮୮ ଲକ୍ଷ ୫୨ ହଜାର ୬୨୭ ଟଙ୍କା ମଞ୍ଜୁର ହୋଇଥିବା ବେଳେ କୀର୍ତ୍ତନ ମହାରଣାଙ୍କୁ ୧୮ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ଏହି ୪ଟି ମନ୍ଦିର ପାଇଁ ୨ କୋଟି ୩୧ ଲକ୍ଷ ୨୮ ହଜାର ୧୧୫ ଟଙ୍କା ମଞ୍ଜୁର ହୋଇଥିବା ବେଳେ କାର୍ଯ୍ୟାଦେଶ ଦିଆଯାଇଛି ୪୬ ଲକ୍ଷ ୫୦ ହଜାର ଟଙ୍କା।

ପ୍ରଶ୍ନ ଉଠୁଛି ଯେ ମା’ କଟକ ଚଣ୍ଡୀ ମନ୍ଦିର ପରିସରର ଏହି ୪ଟି ମନ୍ଦିରକୁ ଭବ୍ୟ ଢଙ୍ଗରେ ନିର୍ମାଣ ପାଇଁ ଯେଉଁ ଅର୍ଥ ମଞ୍ଜୁର ହୋଇଥିଲା, ତାହାକୁ କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏଭଳି କାଟଛାଣ୍ଟ କଲା? ମା’ କଟକ ଚଣ୍ଡୀ ମନ୍ଦିରକୁ ନେଇ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଗଡୁଥିବା ବେଳେ ଏହି ମାମଲାର ଇଣ୍ଟରଭେନର୍‌ ମ‌ନୋଜ ପତି କହିଛନ୍ତି ଯେ ରାଜ୍ୟର ଅନ୍ୟ ମନ୍ଦିରକୁ ଭବ୍ୟ ଢଙ୍ଗରେ ନିର୍ମାଣ ପାଇଁ ବଜେଟ୍‌ ବୃଦ୍ଧି ସହିତ ଅଧିକ ଆକର୍ଷଣୀୟ କରିବାର ପ୍ରୟାସ ଚାଲିଥିବା ବେଳେ ଏଠି ଏପ୍ରକାର ଓଲଟା ନିଷ୍ପତ୍ତି ଅତ୍ୟନ୍ତ ରହସ୍ୟଜନକ। ସରକାର ହୁଏତ ଏହାର ସମୀକ୍ଷା କରି ତୁରନ୍ତ ହସ୍ତକ୍ଷେପ ଗ୍ରହଣ କଲେ କଟକବାସୀଙ୍କ ଆସ୍ଥା ଓ ଶ୍ରଦ୍ଧା ପ୍ରତି ପ୍ରକୃତ ସମ୍ମାନ ମିଳନ୍ତା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70