ଅପରାଧବାଣିଜ୍ୟରାଜ୍ୟସମସ୍ୟା ଭିତ୍ତିକ ଖବର

ଗୁରୁତର ଅଭିଯୋଗ ଆଣିଲେ ୧ ନମ୍ବର ହାଟ ବିପନ୍ନ ଉଠାଦୋକାନୀ: ଜଳିନି, ଜାଳି ଦିଆଯାଇଛି

 ଗୁରୁତର ଅଭିଯୋଗ ଆଣିଲେ ୧ ନମ୍ବର ହାଟ ବିପନ୍ନ ଉଠାଦୋକାନୀ: ଜଳିନି, ଜାଳି ଦିଆଯାଇଛି

ଆମ ଦୋକାନ ଜଳିନି, ଜାଳି ଦିଆଯାଇଛି। ଏଭଳି ସଂଗିନ ଅଭିଯୋଗ କରିଛନ୍ତି ବିପନ୍ନ ଉଠାଦୋକାନୀମାନେ। କୌଣସି ଅଦୃଶ୍ୟ ହାତ ଏହା ପଛରେ ରହିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଦୋଷୀ ନିଶ୍ଚିତ ଧରାପଡ଼ିବେ ବୋଲି କହିଛନ୍ତି।

ଭୁବନେଶ୍ୱର ୨୬-୧-୨୦୨୬(ଏସ.ଏମ ) :  ମ ଦୋକାନ ଜଳିନି, ଜାଳି ଦିଆଯାଇଛି। ଏଭଳି ସଂଗିନ ଅଭିଯୋଗ କରିଛନ୍ତି ବିପନ୍ନ ଉଠାଦୋକାନୀମାନେ। କୌଣସି ଅଦୃଶ୍ୟ ହାତ ଏହା ପଛରେ ରହିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଦୋଷୀ ନିଶ୍ଚିତ ଧରାପଡ଼ିବେ ବୋଲି କହିଛନ୍ତି। ଗତ ଅକ୍ଟୋବର ଘଟଣାକୁ ବି ତଦନ୍ତ ନ କରି ଜାଣିଶୁଣି ଚାପି ଦିଆଯାଇଛି। ଏହାର ବି ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଦୋକାନୀମାନେ ଦାବି କରିଛନ୍ତି। ଅପରପକ୍ଷେ ଅଗ୍ନିକାଣ୍ଡ ପରଠାରୁ ଉଠାଦୋକାନୀମାନେ ଘଟଣାସ୍ଥଳରେ ଧାରଣାରେ ବସିବା ସହ ସେହିଠାରେ ଖାଉଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୧ ନମ୍ବର ହାଟର ୫୪ ଉଠାଦୋକାନୀଙ୍କ ପଞ୍ଜୀକୃତ ସଂଘ ଶ୍ରୀ ମହାବୀର ଉଠାଦୋକାନୀ ସଂଘ ସଂପାଦକ ଦୀପକ ମହାପାତ୍ର କହିଛନ୍ତି, ଗତ ୨୦ ତାରିଖରେ ଜାତୀୟ ଉଠାଦୋକାନୀ ଦିବସ ଥିଲା। ସେଦିନ ସମସ୍ତ ଉଠାଦୋକାନୀମାନେ ଏହି ପ୍ରସ୍ତୁତିରେ ଲାଗିଥିଲେ। ୧ ନମ୍ବର ହାଟ ସମ୍ମୁଖରେ ମଞ୍ଚ ପ୍ରସ୍ତୁତି ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଥିଲା। ପ୍ରାୟ ରାତି ସାଢ଼େ ୧ଟା ସମୟରେ ଦୋକାନୀମାନେ ଘରକୁ ଖାଇବାକୁ ଯାଇଥିଲେ। ଦୋକାନୀମାନେ ଘରେ ପହଞ୍ଚିଛନ୍ତି କି ନାହିଁ, ନିଆଁ ଲାଗିଯିବାର ଖବର ପାଇଥିଲେ। ପହଞ୍ଚିଲା ବେଳକୁ ଦୋକାନ ସବୁ ହୁତ୍‌ହୁତ୍‌ ହୋଇ ଜଳୁଥିଲା। ଏଣୁ କେହି ଈର୍ଷା ପରାୟଣ ହୋଇ ଜାଣିଶୁଣି ଏଭଳି ନିଆଁ ଲଗାଇ ଦେଇଛି। ଏଣୁ ଆମେ ଯିବା ପରେ ଏଭଳି ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୩୨ଜଣ ଉଠାଦୋକାନୀଙ୍କ ଦୋକାନ ସହ ଏଥିରେ ଥିବା କୋଟି କୋଟି ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଏଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆମେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ। ଶ୍ରୀ ମହାପାତ୍ର କହିଛନ୍ତି, ଗତ ଅକ୍ଟୋବର ମାସରେ ପାଇକାରୀ ଦୋକାନରେ ନିଆଁ ଲାଗିଥିଲା। ସେଠି କାହାର ତ୍ରୁଟି ଖୋଜାଗଲାନି କି କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଘଟଣାର ତଦନ୍ତ ନ କରି ପ୍ରସଙ୍ଗକୁ ଚାପି ଦିଆଗଲା। କିନ୍ତୁ ଉଠାଦୋକାନୀଙ୍କ ପ୍ରସଙ୍ଗରେ ହଠାତ୍‌ ସମସ୍ତେ ଚେଇଁ ଉଠିବା ସନ୍ଦେହ ସୃଷ୍ଟି କରୁଛି। ପାଇକାରୀ ବେପାରୀଙ୍କୁ ପାତ୍ରପଡ଼ା ଭଗବାନପୁର ନେବାକୁ ଯୋଜନା କରାଯାଇଛି। ପାଇକାରୀ ବେପାର ଗଲା ପରେ ଜାଗା ବଳିବ। ଆମକୁ ୧ନମ୍ବର ହାଟ ଭିତରେ ଥଇଥାନ କରାଯାଉ। ନ୍ୟାୟ ସମସ୍ତଙ୍କ ପାଇଁ ସମାନ କରାଯାଉ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70