Uncategorized

କାହିଁକି ଜୀବନ ହାରିଲା କୁନି ଝିଅ ଅମ୍ରିତା ?

କାହିଁକି ଜୀବନ ହାରିଲା କୁନି ଝିଅ ଅମ୍ରିତା ?

ସ୍କୁଲ ଯାଉଛି କହି ଘରୁ ସାଇକେଲରେ ବାହାରି ଆସି ନିଜ ପଦ୍ମନାଭପୁର ସ୍ଥିତ ଅଙ୍ଗନବାଡ଼ି ଗୃହରେ ବେକରେ ଦଉଡ଼ି ଲଗେଇ ଜୀବନ ହାରିଦେଇଛି ।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣା ପଡିବ।

ବୈଶିଙ୍ଗା/ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) : ବୁଧବାର ପୂର୍ବାହ୍ନରେ ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଏକମାତ୍ର ଝିଅ ଅମ୍ରିତା ବାଲେଶ୍ୱର ଜିଲ୍ଲା କାଠସିଙ୍ଗଡ଼ା ସ୍ଥିତ ନିଜ ମାମୁ ଘରେ ରହି ପାଠ ପଢୁଥିବାବେଳେ ଆଜି ସ୍କୁଲ ଯାଉଛି କହି ଘରୁ ସାଇକେଲରେ ବାହାରି ଆସି ନିଜ ପଦ୍ମନାଭପୁର ସ୍ଥିତ ଅଙ୍ଗନବାଡ଼ି ଗୃହରେ ବେକରେ ଦଉଡ଼ି ଲଗେଇ ଜୀବନ ହାରିଦେଇଛି । ପାଠ ପଢାକୁ ନେଇ ତାଗିଦ କରିଥିଲେ ଘରଲୋକ।ସୂଚନା ଅନୁଯାୟୀ, ଗଣ୍ଡର୍ଦା ଗ୍ରାମର ଲକ୍ଷ୍ମୀଧର ସାହୁ ତାଙ୍କ ସ୍ତ୍ରୀ ଫୁଲମଣୀ ସହିତ ମନୋମାଳିନ୍ୟ କାରଣରୁ ସ୍ତ୍ରୀ ଫୁଲମଣୀ ତାଙ୍କ ଗୋଟେ ପୁଅ ଓ ସାନ ଝିଅକୁ ଧରି ପଦ୍ମନାଭପୁର ସ୍ଥିତ ଲକ୍ଷ୍ମୀଧରଙ୍କ ମାଉସୀ ବିଜୟଲକ୍ଷ୍ମୀଙ୍କ ଘରେ ଦୀର୍ଘ ଦିନରୁ ରହି ଆସୁଥିଲେ।ତେବେ ଫୁଲମଣୀ ଘରେ ନରହି ପରିବାର ପ୍ରତିପୋଷଣ ପାଇଁ ପ୍ରାୟତଃ ଇଟାଭାଟିରେ କାମ କରିବାକୁ ଚାଲିଯାଏ । ଲକ୍ଷ୍ମୀଧରର ମାଉସୀ ବିଜୟଲକ୍ଷ୍ମୀ ଜଣେ ଅଙ୍ଗନବାଡି ସହକର୍ମୀ ହୋଇଥିବାବେଳେ ଘରେ ଏକୁଟିଆ କେବଳ ନିଜ ୧୬ବର୍ଷର ନାତି ଓ ୧୦ବର୍ଷର ନାତୁଣୀ ଅମ୍ରିତାକୁ ନେଇ ରୁହେ। ତେବେ ଅମ୍ରିତା ସେଠାରେ ରହି ପାଠ ନପଢିବା କାରଣରୁ ଗତବର୍ଷ ତାର ମା ତାକୁ ନେଇ ବାଲେଶ୍ୱର ଜିଲ୍ଲା କାଠସିଙ୍ଗଡ଼ା ସ୍ଥିତ ମାମୁ ଘରେ ଛାଡ଼ି ଦେଇ ଆସିଥିଲା । ସେଠାରେ ସେ ଟିଉସନ ଓ ସ୍କୁଲ ଯିବା ସହିତ ଚଳିତ ବର୍ଷ ୫ମ ଶ୍ରେଣୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲା । ତେବେ ବୈଶିଙ୍ଗା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଉଡ଼ା ପର୍ବ ଚାଲିଥିବାବେଳେ ସେ କିଛି ଦିନ ପୂର୍ବରୁ ପଦ୍ମନାଭପୁର ସ୍ଥିତ ନିଜ ଜେଜେମା ପାଖକୁ ଚାଲିଆସିଥିଲା ।

ଗତକାଲି ସନ୍ଧ୍ୟାରେ ଅମ୍ରିତାର ମାମୁ ତାଙ୍କ ପରିବାର ସହିତ ମଧ୍ୟ ମହୁରୀ ଉଡ଼ା ବୁଲିବାକୁ ଆସିଥିଲେ ଓ ଫେରିବାବେଳେ ଅମ୍ରିତାଙ୍କୁ ସାଙ୍ଗରେ ନେଇଯିବା ପାଇଁ କହିଥିଲେ ।କିନ୍ତୁ ଅମ୍ରିତା ଯିବ ନାହିଁ ବୋଲି ଜିଦ୍ ଧରିବାରୁ ତାର ଜେଜେମା ଓ ମାମୁ ତାକୁ ଟିଉସନ ଓ ସ୍କୁଲ ଯିବ କହି ମାମୁଁ ଘରକୁ ବାଧ୍ୟ କରି ପଠାଇ ଦେଇଥିଲେ ।ତେବେ ରାତିରେ ମାମୁଁ ଘରେ ଭଲରେ ଖାଇପିଇ ଶୋଇଥିଲା ଅମ୍ରିତା।ସକାଳୁ ସ୍କୁଲ ଯାଉଛି କହି ସାଇକେଲ ଧରି ବାହାରି ଥିଲା, କିନ୍ତୁ ସ୍କୁଲ ନଯାଇ ସିଧାସଳଖ ପଦ୍ମନାଭପୁର ସ୍ଥିତ ତା ଜେଜେମା ବିଜୟଲକ୍ଷ୍ମୀ ପାଖକୁ ପଳି ଆସିଥିଲା । ଜେଜେମାକୁ ଘରେ ନପାଇ ଗ୍ରାମ ଅଙ୍ଗନବାଡ଼ି ନିକଟରେ ପହଞ୍ଚିଥିଲା ଅମ୍ରିତା, ସେଠାରେ ତା ଜେଜେମା ତାକୁ କଣ ପାଇଁ ପୁଣି ଚାଲିଆସିଲୁ କହି ତାଗିଦ ମଧ୍ୟ କରିଥିଲେ l ତେବେ ବିଜୟଲକ୍ଷ୍ମୀ ଅଙ୍ଗନବାଡି ଶିଶୁଙ୍କୁ ଖାଇବାକୁ ଦେବା ପରେ ଜଣେ ଶିଶୁକୁ ନେଇ ରାସ୍ତା ଆରପାର୍ଶ୍ୱରେ ତାଙ୍କ ଘରକୁ ଛାଡିବାକୁ ଯାଇଥିଲେ l ସେତେବେଳେ ଅମ୍ରିତା ଏକୁଟିଆ ଅଙ୍ଗନବାଡି କେନ୍ଦ୍ରରେ ଥିଲା ।ହେଲେ ବିଜୟଲକ୍ଷ୍ମୀ ମାତ୍ର ୫ମିନିଟ ପରେ ପିଲାକୁ ଛାଡି ଫେରି ଦେଖିବାକୁ ପାଇଥିଲେ କି ଅମ୍ରିତା ଅଙ୍ଗନବାଡି ଗୃହ ଭିତରେ ଓଜନ କଣ୍ଟା ଟଙ୍ଗା ଯିବାକୁ ଫ୍ୟାନ ହୁକରେ ଲାଗିଥିବା ପ୍ଲାଷ୍ଟିକ ଦଉଡ଼ିରେ ଝୁଲି ପଡ଼ି ଛଟପଟ ହେଉଛି ।ସେ ସଙ୍ଗେ ସଙ୍ଗେ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଅମ୍ରିତାକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ ।ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ lଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚି ୧୬ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅମ୍ରିତାର ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ମାତ୍ର ୧୦ବର୍ଷର କୁନି ଝିଅ ନିଜେ କେମିତି ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିବ, ତାହା ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି l ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣା ପଡିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *