Uncategorized

ବ୍ରହ୍ମପୁର ରନ୍ଧା ଛକରେ ଦୁର୍ଘଟଣା ନେଇଥିଲା ୭ ଜଣଙ୍କ ଜୀବନ

 ବ୍ରହ୍ମପୁର ରନ୍ଧା ଛକରେ ଦୁର୍ଘଟଣା ନେଇଥିଲା ୭ ଜଣଙ୍କ ଜୀବନ

ଭୁବନେଶ୍ୱର ୩୧-୦୧-୨୦୨୬(ଏସ ,ଏମ ) : ବ୍ରହ୍ମପୁରବାସୀ ୨୦୧୫ ଅକ୍ଟୋବର ୨୯ (ଗୁରୁବାର) ତାରିଖର ମର୍ମନ୍ତୁଦ ଦୁର୍ଘଟଣାକୁ ଭୁଲି ପାରିନଥଲା ବେଳେ ଆଜି ପୁଣି ଏକ ଭୟଙ୍କର ଅଘଟଣ ଘଟିଛି,‌ ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ଘଟିଛି। ୧୦ ବର୍ଷ ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥର ଗୋଲନ୍ଥରା ଥାନା ଅଧୀନ ରନ୍ଧା ଛକ ନିକଟରେ ଯାତ୍ରୀବାହୀ ବସ୍‌ ଏବଂ ଏକ ମିନି ଟ୍ରକ୍‌କୁ ଦ୍ରୁତଗାମୀ ଟ୍ରକ୍‌ ଶକ୍ତ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ବଜାରର ଜଣେ ମହିଳାଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ କୋଳାହଳ ଥିବା ବଜାର ଶୋକାକୁଳ ଦେଖାଯାଇଥିଲା। ମୃତକଙ୍କ ଆତ୍ମୀୟ ଲୋକେ ଭୋ ଭୋ ହୋଇ କାନ୍ଦୁଥିଲେ। ଆଜିର ଏହି ଘଟଣା ପରେ ବ୍ରହ୍ମପୁରବାସୀ ସେହି ପୁରୁଣା ଦିନକୁ ପୁଣି ଥରେ ମନେ ପକାଇଛନ୍ତି। ଜାତୀୟ ରାଜପଥରେ ଯାନବାହନ ଚଳାଚଳ କ୍ଷେତ୍ରରେ ଅବହେଳା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। 

କେ‌ମିତି ଥିଲା ୨୦୧୫ର ଦୁର୍ଘଟଣା

ବ୍ରହ୍ମପୁରରୁ ଜରଡ଼ା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ ସକାଳୁ ରନ୍ଧା ଛକରେ ଛିଡ଼ା ହୋଇଥିଲା। ଏହି ସମୟରେ ପଛପଟରୁ ଯାତ୍ରୀବାହୀ ବସ୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଶକ୍ତ ଧକ୍କା ଦେଇଥିଲା। ଫଳରେ ଜଣେ ବସ୍‌ର କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସେଠାରୁ ପଳାୟନ କରୁଥିବା ଟ୍ରକ୍‌ ନିକଟରେ ପରିବା ଓହ୍ଲାଉଥିବା ଅନ୍ୟ ଏକ ମିନିଟ୍ରକ୍‌କୁ ପୁଣି ଧକ୍କା ଦେଇଥିଲା। ଫଳରେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ମୃତଦେହ ରଖି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ତତ୍‌କାଳୀନ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ ଷଡ଼ଙ୍ଗୀ ଓ ସଦର ଏସ୍‌ଡିପିଓ ହରିହର ପାଣୀ ସମେତ ଅନ୍ୟ ଅଧିକାରୀ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।  

 

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70