ଦେଶ- ବିଦେଶରାଜ୍ୟ

ତିନି ଦିନ ପାଇଁ ଯାଜପୁର ‘ଡ୍ରୋନ୍‌ ମୁକ୍ତ ଅଞ୍ଚଳ’ ଘୋଷିତ

ତିନି ଦିନ ପାଇଁ ଯାଜପୁର ‘ଡ୍ରୋନ୍‌ ମୁକ୍ତ ଅଞ୍ଚଳ’ ଘୋଷିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବ୍ରୁଆରି ୩ ତାରିଖରେ ଯାଜପୁର ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଉଛି।

ଯାଜପୁର ୨୯-୦୧-୨୦୨୬ (ଏସ .ଏମ ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବ୍ରୁଆରି ୩ ତାରିଖରେ ଯାଜପୁର ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଉଛି। ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ‘ବ୍ଲ୍ୟୁ ବୁକ୍’ ଅନୁଯାୟୀ ଜିଲ୍ଲାପାଳ ଅମ୍ବର କୁମାର କର ଭାରତୀୟ ନାଗରିକ ସୁରକ୍ଷା ସଂହିତା ସେକ୍ସନ ୧୬୩ ଅଧୀନରେ ପ୍ରଦତ୍ତ କ୍ଷମତା ଆଧାରରେ ଯାଜପୁରର କିଛି ଅଞ୍ଚଳକୁ ‘ନୋ ଫ୍ଲାଇଙ୍ଗ ଜୋନ’ ବା ‘ଡ୍ରୋନ ମୁକ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି।

ଭିଭିଆଇପିଙ୍କ ପାଇଁ ସୁରକ୍ଷିତ ଏୟାର ସ୍ପେସ ତିଆରି କରିବା ଉଦ୍ଦେଶ୍ୟ ନେଇ ୧ ଫେବ୍ରୁଆରି ୨୦୨୬ ରବିବାର ସକାଳ ୬ ଘଟିକା ଠାରୁ ୩ ଫେବ୍ରୁଆରି ୨୦୨୬ ମଙ୍ଗଳବାର ଦିନ ୧ ଘଟିକା ଯାଏଁ କୌଣସି ବ୍ୟକ୍ତିବିଶେଷ, ଗଣମାଧ୍ୟମ ସଂସ୍ଥା କିମ୍ବା ପ୍ରାଇଭେଟ୍ ସଂସ୍ଥା ଦ୍ୱାରା ଡ୍ରୋନ, ପାରାଗ୍ଲାଇଡର, ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।

ପ୍ରଶାସନ ଭବନ ପଡିଆ ହେଲିପ୍ୟାଡର ୩ କିମି ବ୍ୟାସାର୍ଦ୍ଧ ଅନ୍ତର୍ଭୁକ୍ତ ଅଞ୍ଚଳ, ନରସିଂହ ଚୌଧୁରୀ କଲେଜ ହେଲିପ୍ୟାଡର ୩ କିମି ବ୍ୟାସାର୍ଦ୍ଧ ଅନ୍ତର୍ଭୁକ୍ତ ଅଞ୍ଚଳ, ବିରଜା ମନ୍ଦିର ପରିସର ଏବଂ ହେଲିପ୍ୟାଡରୁ ବିରଜା ମନ୍ଦିର ରାସ୍ତା, ସର୍କିଟ ହାଉସ ଏବଂ ଭିଭିଆଇପିଙ୍କ ଅନ୍ୟାନ୍ୟ ରହଣି ସ୍ଥଳରେ ଏହି ନିୟମ ଲାଗୁ ହେବ। ଯାଜପୁର ଆରକ୍ଷୀ ଅଧିକ୍ଷକ ଏବଂ ରାଷ୍ଟ୍ରପତିଙ୍କ ସେକ୍ରେଟେରିଏଟଙ୍କ ବିନା ଅନୁମତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ଫୋଟ କିମ୍ବା ଭିଡିଓ ଉତ୍ତୋଳନ କରାଯାଇପାରିବ ନାହିଁ। ଉପରୋକ୍ତ ଅବଧି ମଧ୍ୟରେ ନିଷେଧାଞ୍ଚଳରେ ଯଦି କୌଣସି ଅନଧିକୃତ ଉଡନ୍ତା ବସ୍ତୁ ଠାବ ହୁଏ, ତାହେଲେ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସଂପୃକ୍ତ ବ୍ୟକ୍ତିବିଶେଷ ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ କ୍ରିମିନାଲ ପ୍ରୋସିଡିଙ୍ଗ ନିଆଯିବ।

ତେବେ ଏହି ନିଷେଧ ଆଦେଶରୁ ଭାରତୀୟ ବାୟୁସେନା, ଭାରତୀୟ ସ୍ଥଳସେନାର ବିମାନ କିମ୍ବା ହେଲିକ୍ୟାପ୍ଟର ଏବଂ ଭିଭିଆଇପିଙ୍କ ଗସ୍ତରେ ବ୍ୟବହୃତ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ବିମାନକୁ ବାଦ୍ ଦିଆଯାଇଛି। ସୂଚନାଯୋଗ୍ୟ, ମହାମହିମ ରାଷ୍ଟ୍ରପତି ମାଆ ବିରଜା ମନ୍ଦିରରେ ଦେବୀଙ୍କ ଦର୍ଶନ ସହ ନାଭିଗୟାରେ ପିଣ୍ଡଦାନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70