NewsSportsଖେଳରାଜ୍ୟ

ବାରବାଟୀରେ ବଧିର କ୍ରିକେଟ୍‌ ଏସିଆ କପ୍‌

ବାରବାଟୀରେ ବଧିର କ୍ରିକେଟ୍‌ ଏସିଆ କପ୍‌

ଗୁରୁବାର ଭାରତ-ଶ୍ରୀଲଙ୍କା ଉଦ୍‌ଘାଟନୀ ଲଢ଼େଇ

କଟକ ୧୮-୦୨-୨୦୨୬(ଏସ .ଏମ ) : ସିଆନ ବଧିର କ୍ରିକେଟ୍‌ ସଂଘ (ଏଡିସିଏ) ଓ ଭାରତୀୟ ବଧିର କ୍ରିକେଟ୍‌ ସଂଘ (ଆଇଡିସିଏ) ମିଳିତ ଆନୁକୂଲ୍ୟରେ ଗୁରୁବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ଠାରେ ବଧିର ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତି‌ଯୋଗିତା ଆରମ୍ଭ ହେବ। ଏଥିରେ ଭାରତ, ଶ୍ରୀଲଙ୍କା ଓ ନେପାଳ ଅଂଶଗ୍ରହଣ କରୁଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ-ଶ୍ରୀଲଙ୍କା ଖେଳିବେ ବୁଧବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଏଡିସିଏ’ ସଭାପତି ସୁମିତ ଜୈନ ସୂଚନା ଦେଇଛନ୍ତି। ଏହି ଅବସରରେ ଏସିଆ କପ୍‌ର ଜର୍ସି ଉନ୍ମୋଚିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ବୀରେନ୍ଦ୍ର ସିଂହ, ଶ୍ରୀଲଙ୍କା ଅଧିନାୟକ ଏ. କଲପ ଓ ନେପାଳ ଅଧିନାୟକ ବୈଧନାଥ ଚୌଧୁରୀଙ୍କ ସମେତ ଆଇଡିସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ରୋମା ବଲୱାନୀ, ଓଡ଼ିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଶର୍ମିଳା ସୁବ୍ରମଣ୍ୟମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌‌ ମ୍ୟାଚ୍‌ ଖେଳିବେ। ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି ଅଲ୍‌ରାଉଣ୍ଡର ସନ୍ତୋଷ କୁମାର ମହାପାତ୍ର ଓ ଦ୍ରୁତ ବୋଲର ଶିବୁନ ନନ୍ଦ ରହିଛନ୍ତି। ଅନ୍ୟ ଦୁଇ ଜଣ ଓଡ଼ିଆ ଶକ୍ତି ସ୍ୱରୂପ ଦାସ ସହକାରୀ ପ୍ରଶିକ୍ଷକ ଓ ଜଗନ୍ନାଥ ଫିଜିଓ ରହିଛନ୍ତି। ଏଡିସିଏର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ କରାଯିବ। ‘ଏଡିସିଏ’ ସଭାପତି ସୁମିତ କହିଛନ୍ତି ଯେ, ଏସିଆ ମହାଦେଶରେ ବଧିର କ୍ରିକେଟ୍‌ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ଆଭିମୁଖ୍ୟ ନେଇ ଏସିଆନ ବଧିର କ୍ରିକେଟ ସଂଘ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଏହି ପ୍ରତିଯୋଗିତା ଆୟୋଜନ କରିବାରେ ସହଯୋଗ କରୁଥିବାରୁ କର୍ମକର୍ତ୍ତାମାନେ ‘ଓସିଏ’କୁ କୃତଜ୍ଞତା ଅର୍ପଣ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70