ଦେଶ- ବିଦେଶରାଜ୍ୟ

ରାଜଭବନ ପରିସରରେ ଏକ ସ୍ବତନ୍ତ୍ର ବୈଠକ

ରାଜଭବନ ପରିସରରେ ଏକ ସ୍ବତନ୍ତ୍ର ବୈଠକ

  • ରାଜଭବନରେ ବିଭିନ୍ନ ଧର୍ମାବଲମ୍ବୀ ପ୍ରତିନିଧିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ସେନାବାହିନୀକୁ ଦୃଢ଼ ସମର୍ଥନ କରିବାକୁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ବର୧୧.୦୫.୨୦୨୫(ଏସ .ଏମ ) : ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଆଜି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀର ପ୍ରତିନିଧିମାନେ ଯୋଗଦେଇ ଆଲୋଚନା କରିଛନ୍ତି।ଏହି ଅବସରରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ଆତଙ୍କବାଦର କୌଣସି ଧର୍ମ ନାହିଁ, ହିଂସାର କୌଣସି ଶାସ୍ତ୍ର ନାହିଁ। ଏହା କେବଳ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଭାରତର ଧାରଣା, ଆମର ଏକତା, ଗଣତନ୍ତ୍ର ଏବଂ ଶାନ୍ତି ଉପରେ ଆକ୍ରମଣ। ଏହାର ଜବାବ୍ ଦେବାକୁ ଯାଇ ଆମ ସଶସ୍ତ୍ର ବାହିନୀ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଛି। ଯେଉଁଥିରେ ସୀମାପାର ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଛି। ଆମର ସାହସୀ ସୈନିକମାନେ ଆମର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଆଗଧାଡ଼ିରେ ଛିଡ଼ା ହୋଇଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଆମକୁ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ। ଏହାସହ ରାଜ୍ୟପାଳ କହିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ଏକତା ପ୍ରଦର୍ଶନ କରିବା ନିମନ୍ତେ ସେମାନଙ୍କ କ୍ୟାମ୍ପସରେ ଜାତୀୟ ପତାକା ଉଡ଼ାନ୍ତୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆତଙ୍କବାଦ ମାନବତା ବିରୋଧରେ ଏକ ଯୁଦ୍ଧ। ଯେତେବେଳେ ଦେଶକୁ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସମସ୍ତ ଗୋଷ୍ଠୀ କିପରି ଏକାଠି ହୁଅନ୍ତି ବୋଲି କହିବା ସହ ଅବଦୁଲ ହମିଦଙ୍କ ସାହସିକତା ଓ ବଳିଦାନର ଉଦାହରଣ ଦେଇଥିଲେ। ଭାରତୀୟ ଭାବେ ଆମର ସର୍ବୋତ୍ତମ ପରିଚୟ ରହିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ସମସ୍ତେ ଏକଜୁଟ ହୋଇ ଦେଶ ପାଇଁ ନିଜର କର୍ତ୍ତବ୍ୟ ନିଭାଇବାକୁ ସେ ଆହ୍ବାନ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ୱାଇ. ବି ଖୁରାନିଆ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ପ୍ରତିରକ୍ଷା ବିଭାଗରେ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *