ରାଜ୍ୟ

ଶବ ବ୍ୟବଚ୍ଛେଦ ରିପୋର୍ଟ ଏଣିକି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ

ଶବ ବ୍ୟବଚ୍ଛେଦ ରିପୋର୍ଟ ଏଣିକି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ

ପୁରୁଣା ଓ ନୂଆ ବ୍ୟବସ୍ଥାରେ ସମନ୍ବୟ ପାଇଁ ଗଠନ ହେଲା ୯ଜଣିଆ କମିଟି

ଭୁବନେଶ୍ବର୧୧.୦୫.୨୦୨୫(ଏସ .ଏମ ) : ଇନଗତ ଡାକ୍ତରୀ ପରୀକ୍ଷା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଣିକି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ମେଡିକୋ-ଲିଗାଲ୍‌ ଏକ୍‌ଜାମିନେସନ୍ ଏଣ୍ଡ ପୋଷ୍ଟ ମର୍ଟମ ରିପୋର୍ଟ ସିଷ୍ଟମ(ଏମ୍‌ଇଡିଇଏପିଆର୍‌) ୱେବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି। ଏହି ବ୍ୟବସ୍ଥା ଦ୍ବାରା କାଗଜପତ୍ର ବ୍ୟବହାର କମିବ। ବହୁଦିନ ଧରି ଯେଉଁ ଦୁର୍ଘଟଣା ମାମଲା କିମ୍ବା କୋର୍ଟ ମାମଲାର ଯାଞ୍ଚ ରିପୋର୍ଟ ତୁରନ୍ତ ମିଳିପାରିବ। ଏବେ ରାଜ୍ୟରେ ମେଡିକୋ ଲିଗାଲ ଓପିନିଅନ୍‌ ବ୍ୟବସ୍ଥା ଚାଲିଛି। ନୂଆ କରି ପ୍ରସ୍ତୁତ ହୋଇଥିବା ଏମ୍‌ଇଡିଇଏପିଆର୍‌ ବ୍ୟବସ୍ଥା ଭିତରେ ସମନ୍ବୟ ରକ୍ଷା କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୯ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହି ରାଜ୍ୟସ୍ତରୀୟ ଟିମ୍ ଆବଶ୍ୟକ ତାଲିମ, ଜିଲ୍ଲାସ୍ତରୀୟ ଟିମ୍‌କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ଦିଗରେ କାମ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା. ବିଜୟ ମହାପାତ୍ରଙ୍କୁ ଏହାର ନୋଡାଲ୍‌ ଅଧିକାରୀଭାବେ ଘୋଷଣା କରାଯାଇଛି। ରାଜ୍ୟସ୍ତରୀୟ ଟିମ୍‌ରେ ଅତିରିକ୍ତ ଡିଏମ୍‌ଇଟି ପ୍ରଫେସର ଡା.ବ୍ରଜ କିଶୋର ଦାଶ, ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲ, ପୁରୀ ମେଡିକାଲ ଓ ଯାଜପୁର ମେଡିକାଲ କଲେଜର ଏଫ୍‌ଏମ୍‌ଟି ବିଭାଗର ମୁଖ୍ୟ, ମେଡ୍‌-ଟେକ୍ ଅତିରିକ୍ତ ନିର୍ଦ୍ଦେଶକ ଡା.ଅମରେଶ ମିଶ୍ର, କ୍ୟାପିଟାଲ ହସ୍ପିଟାଲର ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ, ଯୁଗ୍ମ ନିର୍ଦ୍ଦେଶକ ଡା.ଶୁଭ୍ରାଂଶୁ ପ୍ରଧାନ ଓ ଖୋର୍ଦ୍ଧା ସିଡିଏମ୍‌ଓଙ୍କ ଦ୍ବାରା ‌ମନୋନୀତ ଡାକ୍ତର ଏଥିରେ ସ୍ଥାନ ପାଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70