ରାଜନୀତିରାଜ୍ୟ

ପାଣ୍ଡିଆନ୍‌ଙ୍କୁ ନେଇ ବିଜେଡି ଦୁଇଫାଳ!

ପାଣ୍ଡିଆନ୍‌ଙ୍କୁ ନେଇ ବିଜେଡି ଦୁଇଫାଳ!

ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ ବିଜେଡି ଦୁଇଫାଳ ହୋଇଗଲା ଭଳି ସ୍ଥିତି ସୃଷ୍ଟି ହୋଇଛି …

ଭୁବନେଶ୍ୱର ୦୮-୦୪-୨୦୨୫(ଏସ .ଏମ ) :  ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ ବିଜେଡି ଦୁଇଫାଳ ହୋଇଗଲା ଭଳି ସ୍ଥିତି ସୃଷ୍ଟି ହୋଇଛି ।ଦଳରେ ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଏହା ପଛରେ ପାଣ୍ଡିଆନଙ୍କ ହାତ ଥାଇପାରେ ବୋଲି କେତେକ ବ୍ୟକ୍ତି କହୁଥିବା ବେଳେ ସୋମବାର ନବୀନ ନିବାସରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ୍ ଦିଆଯାଇଥିଲା। ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ୍ ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି କରିଥିଲେ । ପାଣ୍ଡିଆନ୍‌ଙ୍କ ସପକ୍ଷରେ ବାହାରିଛନ୍ତି ୪ ଜଣ ସାଂସଦ । ସାଂସଦ ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପାଣ୍ଡିଆନ୍‌ଙ୍କୁ ଅଯଥାରେ ଏହି ପ୍ରସଙ୍ଗକୁ ଟଣା ଯାଉଛି।ନିରଞ୍ଜନ ବିଶି କହିଛନ୍ତି ପାଣ୍ଡିଆନ୍‌ଙ୍କୁ ଅଯଥାରେ ବଦନାମ କରାଯାଉଛି। ମୁଁ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଥିବା ସେ ଅଭିଯୋଗ କରିଛନ୍ତି।ସେହିଭଳି ମାନସ ମଙ୍ଗରାଜ ଦେବାଶିଷଙ୍କ ମନ୍ତବ୍ୟକୁ ମଧ୍ୟ ନିନ୍ଦା କରି କହିଛନ୍ତି, ରାଜନୀତିରୁ ୧୦ ମାସ ହେଲା ପାଣ୍ଡିଆନ୍ ଅବସର ନେଇ ସାରିଛନ୍ତି । ନିଜର କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଥିବା ମାନସ ମଙ୍ଗରାଜ କହିଛନ୍ତି ।ଅନ୍ୟପଟେ ସୁଲତା ଦେଓ କହିଛନ୍ତି, ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ଶତ୍ରୁତା ରହିଥିଲା । ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସେ କହିଛନ୍ତି ।ପୂର୍ବରୁ ଦେବାଶିଷ ସାମନ୍ତରାୟ ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କରିଥିଲେ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ସେ କହିଥିଲେ। ୱାକଫ୍ ବିଲ୍ ନେଇ ବଡ଼ ଡିଲ ହୋଇଥିବା ଅଭିଯୋଗ ଆଣିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *