Uncategorized

ରାଜଧାନୀରେ ଜାଲ ବିଛାଇଛନ୍ତି ସାଇବର୍‌ ଠକ

ରାଜଧାନୀରେ ଜାଲ ବିଛାଇଛନ୍ତି ସାଇବର୍‌ ଠକ

୩ମାସରେ ନେଇଗଲେ ୧୨କୋଟି

ଭୁବନେଶ୍ୱର ୦୮-୦୪-୨୦୨୫(ଏସ .ଏମ ) :  ରାଜଧାନୀରେ ମାତିଛନ୍ତି ସାଇବର୍‌ ଲୁଟେରା। ଗତ ତିନିମାସରେ ସାଇବର୍‌ ଲୁଟେରା ୧୨କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ଲୁଟେରାଙ୍କ ପାଖରୁ ମାତ୍ର ଅଢ଼େଇ କୋଟି ଟଙ୍କା ଫେରାଇ ଆଣିବାରେ ସାଇବର୍‌ ଥାନା ସକ୍ଷମ ହୋଇଛି। ଦିନକୁ ଦିନ ଠକେଇର ନୂଆ ଉପାୟ ବାହାରୁଥିବା ବେଳେ ମୋଟ୍‌ ଠକେଇ ରାଶି ତୁଳନାରେ ମାତ୍ର ୨୫ ପ୍ରତିଶତ ଟଙ୍କା ଫେରିପାରିଛି। ଗତ ଜାନୁଆରି ମାସରେ ଭୁବନେଶ୍ବର ସାଇବର୍‌ ଥାନାରେ ମୋଟ୍‌ ୪୨୪ଟି ଠକେଇ ଅଭିଯୋଗ ଆସିଥିଲା। ସେଥିରୁ ୨୦୫ଟି ଯୁପିଆଇ, ୫୯ଟି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ, ୯୦ଟି ସୋସିଆଲ୍‌ ମିଡିଆ ସମ୍ବନ୍ଧୀୟ ଠକେଇ ଅଭିଯୋଗ ହୋଇଥିଲା। ତେବେ ଏଗୁଡ଼ିକ ମଧ୍ୟରୁ ମାତ୍ର ୨୭ଟି ମାମଲା ରୁଜୁ ହୋଇଥିଲା ବେଳେ ଅନ୍ୟଗୁଡ଼ିକୁ କେସ୍‌ ଡାଏରି କରାଯାଇଛି।

ଫେରିଛି ଅଢ଼େଇ କୋଟି
ୟୁପିଆଇ ମାଧ୍ୟମରେ ସବୁଠୁ ଅଧିକ ଠକେଇ

ତେବେ ମୋଟ୍‌ ଅଭିଯୋଗରୁ ଅପରାଧୀମାନେ ୬କୋଟିରୁ ଅଧିକ ଟଙ୍କା ଲୁଟିଥିବା ଜଣାପଡ଼ିଛି। ସେଥିରୁ ମାତ୍ର ଦେଢ଼ କୋଟି ଟଙ୍କା ଫେରାଇ ଅଣାଯାଇପାରିଛି। ସେହିପରି ଫେବ୍ରୁଆରି ମାସରେ ମୋଟ୍‌ ୩୧୧ଟି ଠକେଇ ଅଭିଯୋଗ ଆସିଥିଲା ବେଳେ ୧୫ଟି ମାମଲା ରୁଜୁ ହୋଇଛି। ଅଭିଯୋଗ ମଧ୍ୟରୁ ୧୯୮ଟି ଯୁପିଆଇ, ୪୨ଟି କ୍ରେଡିଟ୍‌ ଓ  ଡେବିଟ୍‌ କାର୍ଡ, ୬୭ଟି ସୋସିଆଲ୍‌ ମିଡିଆ ସମ୍ବନ୍ଧୀୟ ଠକେଇ ରହିଛି। ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିଲା ବେଳେ ମାତ୍ର ୬୦ ଲକ୍ଷ ଟଙ୍କା ଫେରାଇ ଅଣାଯାଇଛି। ମାର୍ଚ୍ଚ ମାସରେ  ୩୫୦ଟି ଠକେଇ ଅଭିଯୋଗ ଆସିଥିଲା ବେଳେ ୧୦ଟି ରୁଜୁ ହୋଇଛି। ସେଥିମଧ୍ୟରୁ ୟୁପିଆଇ ସମ୍ବନ୍ଧିତ ୧୯୩ଟି, କ୍ରେଡିଟ୍‌ ଓ ଡେବିଟ୍ କାର୍ଡ ଠକେଇ ୩୫ଟି ଏବଂ ସୋସିଆଲ ମିଡିଆ ଠକେଇ ୬୮ଟି ହୋଇଥିଲା। ୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିଲା ବେଳେ ମାତ୍ର ୫୦ଲକ୍ଷ ଟଙ୍କା ଫେରିଛି। ସାଇବର୍‌ ଥାନା ଆଇଆଇସି ସନ୍ତୋଷିନୀ ବେହେରା କହିଛନ୍ତି, ଠକେଇର ୧ଘଣ୍ଟା ଭିତରେ ରିପୋର୍ଟ କଲେ ଟଙ୍କା ଫେରିପାଇବା ଆଶା ଅଧିକ ଥାଏ। ତଥାପି ଅନେକ ମାମଲାରେ ଟଙ୍କା ଫେରିବା କଷ୍ଟକର ହୋଇଥାଏ। ଯେଉଁ ମାମଲାରେ ୫ଲକ୍ଷ ଟଙ୍କା ବା ତା’ଠୁ ଊର୍ଦ୍ଧ୍ବ ମୂଲ୍ୟର ଠକେଇ ହୋଇଥାଏ, ସେଗୁଡ଼ିକୁ ରୁଜୁ କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଇଥାଏ। ଅନ୍ୟଗୁଡ଼ିକ କେସ୍‌ ଡାଏରି କରାଯାଇ ତଦନ୍ତ କରାଯାଏ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *