ଅପରାଧରାଜ୍ୟ

ମଝି ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଜବତ

ମଝି ସମୁଦ୍ରରୁ କୋଟିଏ ଟଙ୍କାର ଗୁଆ ଜବତ

ମାଛଧରା ବୋଟ୍‌ରେ ହେଉଥିଲା ଚୋରାଚାଲାଣ

ଜଗତସିଂହପୁର/ଭୁବନେଶ୍ୱର ୧୨-୦୪-୨୦୨୫(ଏସ. ଏମ ) : ଝି ସମୁଦ୍ରରେ ବାଂଲାଦେଶ-ଭାରତ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏକ ମାଛଧରା ବୋଟ୍‌କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)। ମାଛଧରା ବୋଟ୍‌ରେ ଥିବା ୧୪ ଜଣଙ୍କୁ ଅଟକ ରଖାଯିବା ସହ ଚୋରା ଚାଲାଣ ହେଉଥିବା ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରାଯାଇଛି। ବୋଟ୍‌ ସହ ସମସ୍ତ ଜବତ ସାମଗ୍ରୀ ଓ ଅଟକ ମତ୍ସ୍ୟଜୀବୀଙ୍କୁ ପାରାଦୀପ ଅଣାଯାଇଥିବା ବେଳେ ସୀମାଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି।

ମାଛଧରା ବୋଟ୍‌ରେ ହେଉଥିଲା ଚୋରାଚାଲାଣ
ପଶ୍ଚିମବଙ୍ଗର ୧୪ ମତ୍ସ୍ୟଜୀବୀ ଅଟକ

କୋଷ୍ଟଗାର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ରରେ ଗତିବିଧି ଉପରେ ନଜର ରଖା ଯାଇଥିବା ବେଳେ ଗତକାଲି ସକାଳେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମାରେଖାରେ ସନ୍ଦିଗ୍ଧ ଅବସ୍ଥାରେ ଚଳାଚଳ କରୁଥିବା ମାଛଧରା ବୋଟ୍‌କୁ କୋଷ୍ଟଗାର୍ଡ ସୁରକ୍ଷାକର୍ମୀ କାବୁ କରିଥିଲେ। ମାଛଧରା ବୋଟ୍‌ର ନାଁ ଆଇଏଫ୍‌ବି ମା’ ବାସନ୍ତୀ ହୋଇଥିବା ବେଳେ ପଶ୍ଚିମବଙ୍ଗର କାକଦୀପ ମାଛଧରା ବନ୍ଦରରେ ପଞ୍ଜୀକରଣ ହୋଇଛି। ଯାଞ୍ଚ ବେଳେ ବୋଟ୍‌ରୁ ୪୫୦ ବସ୍ତା ଗୁଆ ଜବତ କରାଯାଇଥିଲା। ଗୋଟିଏ ବସ୍ତାର ଓଜନ ଥିଲା ୫୦ରୁ ୬୦ କେଜି। ଯାହାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ବୋଟ୍‌ରେ ଥିବା ୧୪ ଜଣ ମତ୍ସ୍ୟଜୀବୀଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା। ବୋଟ୍‌ ୫ ଦିନ ସମୁଦ୍ର ଭିତରେ ରହିଥିଲେ ମଧ୍ୟ ମାଛ ନ ଥିଲା। ଏହା ପରେ କୋଷ୍ଟଗାର୍ଡ ଜାହାଜ ଏସ୍‌କର୍ଟ କରି ମାଛଧରା ବୋଟ୍‌କୁ ପାରାଦୀପ ବନ୍ଦରକୁ ଆଣିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *