ବଟ ଗୋସେଇଁ ପାଖରେ ଗୁହାରି ପଡିଲେ ପୂରଣ ହୁଏ ମନସ୍କାମନା ।
ବଟ ଗୋସେଇଁ ପାଖରେ ଗୁହାରି ପଡିଲେ ପୂରଣ ହୁଏ ମନସ୍କାମନା ।
ନିମାପଡା ୧୨-୦୪-୨୦୨୫(ଏସ. ଏମ ) : (ବସନ୍ତ ଦାସ ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ଭୋଗସାଳଦା ମଧ୍ୟ ଭାଗରେ ଥିବା ବଟ ଗୋସେଇଁ ଙ୍କ ପ୍ରସିଦ୍ଧ ମାଇପି ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ବଟ ଗୋସେଇଁ ମାଇପି ମେଳା ଶହେ ଶହ ବର୍ଷର ବୋଲି ବଟ ଗୋସେଇଁ ଫାଉଣ୍ଡେସନ ମାଇପି ମେଳା ଟ୍ରଷ୍ଟ ର ସମ୍ପାଦକ ବା ସମାଜସେବୀ ରଞ୍ଜିତ ସାହୁ କହିଥିଲେ । ଏହି ପୀଠରେ ବିଭିନ୍ନ ଅଞ୍ଚଳକୁ ପୁରୁଷ ମହିଳା ମାନସିକ ଧାରୀ ମାନେ ମାନସିକ କରି ଗୁହାରିଆ ପଡ଼ିଥାନ୍ତି ।

ଯେଉଁ ଶ୍ରଦ୍ଧାଳୁ ମାନେ ଗୁଆ ନଡ଼ିଆ ପତକା ଦେଇ ମାନସିକ କରନ୍ତି ତାଙ୍କର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ମେଳା ଉତ୍ସଵ ରେ ସେଲ୍ଫ ଇମପାୱାରମେଣ୍ଟ ଗୃପ ଓ ଓଡିଶା ଡ୍ରାଇଭର ସଂଘ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳ ସେବା ଯୋଗାଇ ଦିଆଯାଇଥିଲା । ଏହି ମେଳା କାର୍ଯ୍ୟକ୍ରମ ରେ ବଟ ଗୋସେଇଁ ଫାଉଣ୍ଡେସନ ମାଇପି ମେଳା ଟ୍ରଷ୍ଟର ସଭାପତି ସୁଧୀର ମହାନ୍ତି ,ସଂମ୍ପାଦକ ରଞ୍ଜିତ ସାହୁ ,ପରିଚାଳନା କମିଟିର ସଭାପତି ଗୋପବନ୍ଧୁ ଲେଙ୍କା ,ଭାସ୍କର ସ୍ୱାଇଁ ,ଭରତ ପ୍ରଧାନ ,ଯୁଧିଷ୍ଠିର ନାୟକ ,ବାବୁଲି ପରିଡା ଗଙ୍ଗାଧର ଲେଙ୍କା ,ଛବିଳ ଲେଙ୍କା ,ପ୍ରମୋଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।