ରାଜ୍ୟ

ରାଜଧାନୀରେ ଝାଡ଼ାବାନ୍ତି: ୧୪୨ ଆକ୍ରାନ୍ତ

‘ନୀଳମାଧବ ନିବାସ’ରେ ଝାଡ଼ାବାନ୍ତି: ୧୪୨ ଆକ୍ରାନ୍ତ

ଭୁବନେଶ୍ୱର ୧୬-୦୪-୨୦୨୫( ଏସ.ଏମ ) : ରାଜଧାନୀରେ ବ୍ୟାପିଛି ଝାଡ଼ାବାନ୍ତି । ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳରେ ଥିବା ‘ନୀଳମାଧବନିବାସ’ରେ ଏହି ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ୧୪୨ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏକାଧିକ ଆକ୍ରାନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଔଷଧ ଓ ଓଆର୍‌ଏସ୍‌ ପ୍ରଦାନ କରାଯାଇଛି। ଯେକୌଣସି ଜରୁରି ପରିସ୍ଥିତିର ମୁକାବିଲା ପାଇଁ ସେଠାରେ ଏକ ମୋବାଇଲ୍‌ ହେଲ୍‌ଥ ୟୁନିଟ୍‌ ଉପସ୍ଥିତ ରହିଛନ୍ତି। ରାଜଧାନୀରେ ଗତ ଦଶନ୍ଧି ମଧ୍ୟରେ ଏତେସଂଖ୍ୟକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିବାର ନଜିର ନାହିଁ। ତେଣୁ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ରାଜଧାନୀର ୱାର୍ଡ ନମ୍ବର ୧୩ର ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ‘ନୀଳମାଧବନିବାସ’ରେ ବାସଗୃହ ଯୋଗାଇ ଦେଇଛନ୍ତି। ସେଠାରେ ୨ହଜାରରୁ ଅଧିକ ଲୋକ ରହୁଛନ୍ତି। ୧୨ ତାରିଖରେ କିଛି ଲୋକ ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ପରେ ଏହା ‘ନୀଳମାଧବନିବାସ’ର ବିଭିନ୍ନ ବ୍ଲକ୍‌କୁ ବ୍ୟାପିଥିଲା। ଏଠାରେ ରହୁଥିବା ଲୋକେ ଦୂଷିତ ପାଣିକୁ ପାନୀୟ ଭାବେ ବ୍ୟବହାର କରିବାରୁ ଏପରି ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ମଳ ପରୀକ୍ଷା ପାଇଁ ସହଯୋଗ କରୁନାହାନ୍ତି ସ୍ଥାନୀୟ ଲୋକ

ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ‘ନୀଳମାଧବନିବାସ’ରେ ଝାଡ଼ାବାନ୍ତି ବ୍ୟାପିବା ଖବର ମିଳିବା ପରେ ସ୍ବାସ୍ଥ୍ୟବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। ସେଠାରେ ଥିବା ଏକ ସମ୍ପ୍‌ର ପାଣି ପିଇ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ ହୋଇଥିଲା। ସେଠାରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରେ ସମ୍ପ୍‌ର ପାଣି ଦୂଷିତ ବୋଲି ସ୍ପଷ୍ଟ ହୋଇଥିଲା। ତେଣୁ ଲୋକେ ସମ୍ପ୍‌ର ପାଣି ନ ପିଇବାକୁ ଅନୁରୋଧ କରାଯାଇଥିଲା। ସେହିପରି ସେଠାରେ ଥିବା ଓଭର୍‌ହେଡ୍‌ ଟାଙ୍କିର ପାଣି ମଧ୍ୟ ପ୍ରଦୂଷିତ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇଦେବା ଲାଗି ୱାଟ୍‌କୋକୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ଗୋଷ୍ଠୀ ଆଲୋଚନା ଜରିଆରେ ଲୋକମାନଙ୍କୁ ସଚେତନ କରିଛନ୍ତି।ଏଡିୟୁପିଏଚ୍‌ଓ ଡା.ନୀଳମଣି ସେନାପତି କହିଛନ୍ତି, ‘ନୀଳମାଧବ ନିବାସ’ରେ ଆକ୍ରାନ୍ତମାନଙ୍କୁ ସବୁପ୍ରକାର ଚିକିତ୍ସା ସୁବିଧା ଦିଆଯାଇଛି। ଦୂଷିତ ପାଣିରୁ ଝାଡ଼ାବାନ୍ତି ହୋଇଥିବା ସ୍ପଷ୍ଟ ହୋଇଛି। ତଥାପି ଅଧିକ ଗବେଷଣା ପାଇଁ ଲୋକମାନଙ୍କୁ ମଳ ପରୀକ୍ଷା କରାଇନେବା ପାଇଁ କୁହାଯାଉଥିଲେ ହେଁ ସେମାନେ ସହଯୋଗ କରୁନାହାନ୍ତି। ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ମାମଲା ସଂଖ୍ୟା କମୁଛି। ତେବେ ରାଜଧାନୀର ଅନ୍ୟ କୌଣସି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଡାଇରିଆ ସ୍ଥିତି ଉପୁଜି ନ ଥିବା ଡା. ସେନାପତି କହିଛନ୍ତି। ଅପରପକ୍ଷେ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *