LatestTOP STORIESରାଜ୍ୟ

ଅଚଳ ଅବସ୍ଥାରରେ ସଂସ୍କୃତି ବିଭାଗ କାର୍ଯ୍ୟାଳୟ

ଅଚଳ ଅବସ୍ଥାରରେ ସଂସ୍କୃତି ବିଭାଗ 

  • ଭଞ୍ଜକଳାମଣ୍ଡପ ପାଖରେ ଥିବା ଓଡ଼ିଆ ଭାଷା
  • ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅଜବ ସ୍ଥିତି 
  • କର୍ମଚାରୀ ଅଭାବରୁ ବିଭିନ୍ନ କାମରେ ଆସୁଥିବା ଶତାଧିକ କଳାକାରଙ୍କ କାମ ହେଉନି

ଭୁବନେଶ୍ୱର୨୦.୦୪.୨୦୨୫ (ଏସ .ଏମ ) : ଞ୍ଜକଳାମଣ୍ଡପ ପାଖରେ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। କର୍ମଚାରୀ ଅଭାବରୁ ବିଭିନ୍ନ କାମରେ ଆସୁଥିବା ଶତାଧିକ କଳାକାରଙ୍କ କାମ ହେଉନି। ଏଣେ ଲିଫ୍ଟ ଅଚଳ ହୋଇଯିବାରୁ କଷ୍ଟ ଯନ୍ତ୍ରଣା ଭୋଗି ଘରକୁ ଫେରିବାକୁ ପଡୁଛି। ସଂସ୍କୃତି ବିଭାଗରେ କଳାକାର ତଥା ସାଧାରଣ ଲୋକଙ୍କ ଅଧିକାଂଶ କାମ ଥିବାରୁ ଏହାକୁ ସଚିବାଳୟ ପରିସରରୁ ବାହାରେ ରଖାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳର କଳାକାରମାନେ ଆର୍ଥିକ ସହାୟତା, ସାଂସ୍କୃତିକ ଦଳ ପରିଚାଳନା ଭଳି କାମ ପାଇଁ ବିଭାଗକୁ ଧାଉଁଛନ୍ତି। ହେଲେ ପ୍ରାୟ ୪ ମାସ ହେବ ବିଭାଗରେ ଏହି ସବୁ କାମକୁ ପରିଚାଳନା କରୁଥିବା ଏଏସ୍‌ଓ ନାହାନ୍ତି। ସଚିବାଳୟରେ ଥିବା ବିଭାଗୀୟ କାର୍ଯ୍ୟାଳୟରୁ ଦୁଇଜଣ ମହିଳାଙ୍କୁ ଅଧା ଦିନ ସଂସ୍କୃତି ଭବନ କାର୍ଯ୍ୟାଳୟରେ କାମ କରିବାକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କିଛି ଦିନ ପରେ ସେମାନେ ଆଉ ଆସିଲେ ନାହିଁ। ଏବେ ଏହି ସ୍ଥାନ ସମ୍ପୂର୍ଣ ଖାଲି। ଯେଉଁଥିପାଇଁ ବିଭାଗର ସମସ୍ତ ଫାଇଲ ଅଟକି ରହିଛି। ପ୍ରତିଦିନ ଶତାଧିକ ଲୋକ ଆସି ଅଧିଆ ପଡ଼ୁଛନ୍ତି। ବିଭାଗରେ ଲୋକ ନଥିବା କହି ଅଧିକାରୀମାନେ ହାତ ଟେକି ଦେଉଛନ୍ତି। ସେହିଭଳି ପ୍ରାୟ ମାସେ ହେବ ଲିଫ୍ଟ ଅଚଳ ହେବାରୁ ବୟସ୍କ ଲୋକମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ତିନି ମହଲାରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଥିବାରୁ କିଛି ସିଡ଼ିରେ ଚଢ଼ି ଯାଉଛନ୍ତି। ଆଉ କିଛି ଲୋକ ଚଢ଼ି ନପାରି ଫେରି ଯିବାକୁ ବାଧ୍ୟ ହେଉଛନ୍ତି। ଏମିତିକି ବିଭାଗର କିଛି ବୟସ୍କ କର୍ମଚାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *