ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍
ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍
- ବନହରପାଲିରେ ଏସଟିଏଫର ଛାନ୍ଭିନ୍
- ମୁଖ୍ୟ ଅଭିଯୁକ୍ତଙ୍କ ୨ ପୁଅ ଅଟକ
ଝାରସୁଗୁଡ଼ା/ଭୁବନେଶ୍ୱର ୨୧-୦୪-୨୦୨୫ (ଏସ.ଏମ ) : ପଶ୍ଚିମବଙ୍ଗ ହିଂସା ଘଟଣାରେ ଝାରସୁଗୁଡ଼ା ଲିଙ୍କ୍ ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗ ହିଂସାରେ ସମ୍ପୃକ୍ତି ଅଭିଯୋଗରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ୫ ଜଣିଆ ଟିମ୍ ବନହରପାଲି ଥାନା ବନ୍ଧବାହାଲରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ହିଂସାର ମୁଖ୍ୟ ଅଭିଯୁକ୍ତ ଜାଫ୍ରାବାଦର ଜିଆଉଲ୍ ଶେଖଙ୍କର ୨ ପୁଅଙ୍କୁ ପୁଲିସ ଅଟକ ରଖିଛି। ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସପି ସ୍ମିତ ପି ପରମାର ଘଟଣାସ୍ଥଳରେ ପହଞ୍ଚି ସନ୍ଧିଗ୍ଧ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି।ପୁଲିସ ୧୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସେମାନଙ୍କ ମୋବାଇଲ ଓ ହିଂସା ଘଟିଥିବା ସମୟରେ ସେମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି।