HealthNewsTOP STORIESରାଜ୍ୟ

ଅସହ୍ୟ ହେଲାଣି ତାତି…

ଅସହ୍ୟ ହେଲାଣି ତାତି…

ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ) : (ବିଜୟ କୁମାର ପଣ୍ଡା) ସହ୍ୟ ତାତିରେ ତ୍ରାହି ତ୍ରାହି ଡାକିଲେଣି ମଣିଷ । ଜୀବଜନ୍ତୁ, ଗଛଲତା ସବୁ ଏ ଖରାର ଦାଉରୁ ରକ୍ଷା ପାଇବାକୁ ଡହଳବିକଳ । କାଳବୈଶାଖୀ ପାଇଁ ଯଦିଓ କେବେ କେବେ ବର୍ଷା ଆଶ୍ବସ୍ତି ଦେଉଛି ମାତ୍ର ହରଦିନ ଡହଡହ ଖରାର ଝାଞ୍ଜିରେ ଦେହ ମୁହଁ ଜଳିଯାଉଛି, ଜୀବନ ଅସ୍ତବ୍ୟସ୍ତ ଲାଗୁଛି । ରାତି ପାହିପା ପରେ ପରେ ହିଁ ଖରା ନାଲି ଆଖି ଦେଖାଇବା ଆରମ୍ଭ କରୁଛି । ସକାଳୁ ସକାଳୁ ଖରା ଏତେ ଟାଣ ହେଉଛି ଯେ ଦିନ ୧୦ଟା ପରେ ଘରୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇ ପଡୁଛି । ଦିନ ସାରା ରାତି ହେବା ଯାଏଁ ବିରକ୍ତ ଓ ବିତିବିତି ଲାଗୁଛି ।

ଖରାରେ ସତର୍କତା ନିହାରି ଜରୁରୀ ।ତେବେ ଘରୁ ବାହାରିବା ପୂର୍ବରୁ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ତେବେ ପ୍ରଚଣ ରୌଦ୍ରତାପ ଓ ତତଜନିତ ସତର୍କତା ଅବଲମ୍ବନ ନକଲେ ଆପଣ ଅଂଶୁଘାତର ଶିକାର ହୋଇପାରନ୍ତି ।

କଣ କରିବେ…

NEWS BY SAMPURNA.LIVE
NEWS BY SAMPURNA.LIVE

-ପ୍ରଚୁର ପାଣି ପିଅନ୍ତୁ
-ବାହାରୁକୁ ବାହାରିଲେ ସାଙ୍ଗରେ ପାଣି ନେଇ ଯାଆନ୍ତୁ
-ଛତା, କଳା ଚଷମା, ଟୋପି ସହ ନିଜକୁ ଘୋଡ଼େଇ ରଖନ୍ତୁ
-ଯେତେ ପାରିବେ ସେତେ ଘରେ ରହିବା ଭଲ
-ଖରାରେ ହାଲୁକା, ଫିକା ଏବଂ ଢିଲା ସୂତା ଲୁଗା ପିନ୍ଧନ୍ତୁ
-ଗରିଷ୍ଠ ଏବଂ ମସଲା ଯୁକ୍ତ ଖାଦ୍ୟଠୁ ଦୂରେଇ ରୁହନ୍ତୁ
-ଗୃହପାଳିତ ପଶୁପକ୍ଷୀଙ୍କୁ ପ୍ରଚୁର ପାଣି ଦିଅନ୍ତୁ

-ଲେମ୍ବୁ ପାଣି, ଦହିପାଣି, ଘୋଳ ଦହି, ତୋରାଣି, ଓଆରଏସ ପିଅନ୍ତୁ 

-ସେମାନଙ୍କୁ ବାହାରକୁ ଚରିବାକୁ ଖରାରେ ଛାଡନ୍ତୁନି
-ଘରୁ ବାହାରିଲେ ମୁଣ୍ଡରେ ଓଦା କପଡ଼ା, ପାଦରେ ଜୋତା ପିନ୍ଧି ବାହାରନ୍ତୁ

କଣ କରିବେନି…

NEWS BY SAMPURNA.LIVE

-ଦିନ ୧୨ଟାରୁ ୪ଟା ଭିତରେ ଜମା ବାହାରକୁ ବାହାରନ୍ତୁ ନାହିଁ

-ଦିନ ୨ଟାରୁ ୪ଟା ଭିତରେ ରୋଷେଇ ନକରିବା ଭଲ
-ଖରାରେ ଗାଡି ଭିତରେ ପିଲା କିମ୍ବା ଗୃହପାଳିତ ପଶୁପକ୍ଷୀଙ୍କୁ ଛାଡନ୍ତୁନି
-ମାଦକ ଦ୍ରବ୍ୟ ଏବଂ ମଦ୍ୟପାନଠୁ ଦୂରେଇ ରୁହନ୍ତୁ
-ଗରମ ତରଳ ପଦାର୍ଥ କିମ୍ବା ଅତ୍ୟଧିକ ମିଠା ପାନୀୟ ପରିତ୍ୟାଗ କରନ୍ତୁ
-ଛୋଟ ପିଲାଙ୍କୁ ବାହାରକୁ ଖେଳିବାକୁ ଛାଡନ୍ତୁନି

-ବୟସ୍କ ଲୋକଙ୍କୁ ବାହାରକୁ ଖରାରେ ଛାଡନ୍ତୁନି

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *