ରାଜ୍ୟ

ଗାଁ ମଶାଣିରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର

ଗାଁ ମଶାଣିରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର

  • ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
  • ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି
  • ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅ ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ବାଲେଶ୍ୱର/ଭୁବନେଶ୍ୱର ୨୪.0୪.୨୦୨୫ (ଏସ .ଏମ ) :  ହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ମୃତ ପ୍ରଶାନ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏହାସହିତ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅ ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।

ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ…
 
@MohanMOdisha
କାଶ୍ମୀରର ପହଲଗାମଠାରେ ଉଗ୍ରପନ୍ଥୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପାର୍ଥିବ ଶରୀର ଜନ୍ମମାଟି ବାଲେଶ୍ୱରକୁ ଫେରିବା ପରେ ବାସଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲି। ଏଥିସହ ଦୁଃଖରେ ମ୍ରିୟମାଣ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛି। ଅସମୟରେ ଏବଂ ଅକସ୍ମାତ ପରିବାରର ଜଣେ ସଦସ୍ୟଙ୍କୁ ହରାଇବାର ସେମାନଙ୍କ ଦୁଃଖରେ ମୁଁ ମଧ୍ୟ ଗଭୀର ଦୁଃଖିତ ଏବଂ ମର୍ମାହତ। ଏହି ଦୁଃଖଦ ସମୟରେ ମହାପ୍ରଭୁ ସେମାନଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ। ପରଲୋକ ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ପ୍ରଶାନ୍ତଙ୍କ ୯ ବର୍ଷର ଛୋଟ ପୁଅ ବାପାକୁ  ଅନ୍ତିମ ବିଦାୟ ଦେଇଛନ୍ତି। କିଛି ଜାଣ ନଥିଲେ ବି  ବିଧି ବିଧାନ ଅନୁସାରେ ବାପାଙ୍କର ଅନ୍ତିମ କ୍ରିୟା କରିଛି।

last rites of Prashant
last rites of Prashant Photograph: (sampurna.live)

ପ୍ରଶାନ୍ତଙ୍କ କୋକେଇ ଆଗେ ଆଗେ ଖଇ କଉଡ଼ି ବିଞ୍ଚି ବିଞ୍ଚି ସେ ବାପାଙ୍କୁ ଶ୍ମଶାନକୁ ନେଇ ଯାଇଥିଲେ।ଗାଁ ଶ୍ମଶାନରେ ପ୍ରଶାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *