TOP STORIESଦେଶ- ବିଦେଶ

ଭୟରେ ଆଗୁଆ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ ସେନା

ଭୟରେ ଆଗୁଆ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ ସେନା

ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫.୦୪.୨୦୨୫ (ଏସ .ଏମ ) : ହଲଗାମ ଆତଙ୍କୀ ହମଲା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଜାରି ରହିଥିବା ବେଳେ ଆତଙ୍କବାଦୀ ଏବଂ ପାକିସ୍ତାନ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି ଦେଶବାସୀ । ଯବାନମାନେ ଆତଙ୍କୀଙ୍କୁ ମାରି ବଦଲା ନେବାକୁ ପ୍ରସ୍ତୁତ ଅଛନ୍ତି । ନିର୍ଦ୍ଦେଶ ମିଳିଲେ ହିଁ ଶତ୍ରୁଙ୍କ ଛାତି ଚିରି ଦେବାକୁ ପ୍ରସ୍ତୁତ ସୁରକ୍ଷାକର୍ମୀ । ଆଉ ଏତିକି ବେଳେ ଗୁଳି ବିନିମୟ କରି ଉସୁକାଇଛି ପାକିସ୍ତାନ । ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା ରହିଛି । ଭାରତ – ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ରାତି ସାରା ଫାୟାରିଂ ଚାଲିଥିବା ବେଳେ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ତେବେ ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70