ବ୍ଲକ୍ ହେଲା ୧୬ ଜଣ ପାକିସ୍ତାନୀ ୟୁଟ୍ୟୁବରଙ୍କର ଚ୍ୟାନେଲ୍
ବ୍ଲକ୍ ହେଲା ୧୬ ଜଣ ପାକିସ୍ତାନୀ ୟୁଟ୍ୟୁବରଙ୍କର ଚ୍ୟାନେଲ୍
ଭାରତ ସରକାର ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ୍କୁ ଅବରୋଧ କରିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟାଏ ପରେ ଗୋଟାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତ ସରକାର। ଏବେ ସରକାର ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ୍କୁ ଅବରୋଧ କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ ଭାରତରେ ମୋଟ ୬୩ ମିଲିୟନ୍ ସବସ୍କ୍ରାଇବର୍ ସହିତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। ନିଷିଦ୍ଧ ପ୍ଲାଟଫର୍ମଗୁଡ଼ିକରେ ଡନ୍, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଭଳି ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଅନ୍ତର୍ଭୁକ୍ତ।