Sportsଦେଶ- ବିଦେଶ

ଶ୍ରୀଜେଶଙ୍କୁ ‘ପଦ୍ମଭୂଷଣ’, ଅଶ୍ବିନଙ୍କୁ ‘ପଦ୍ମଶ୍ରୀ’

ଶ୍ରୀଜେଶଙ୍କୁ ‘ପଦ୍ମଭୂଷଣ’, ଅଶ୍ବିନଙ୍କୁ ‘ପଦ୍ମଶ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ବସରପ୍ରାପ୍ତ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ସୋମବାର ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁଙ୍କ କରକମଳରୁ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଆବାସରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅଶ୍ବିନ ପଦ୍ମଶ୍ରୀ ଗ୍ରହଣ କରୁଥିବାର ଫଟୋ ନିଜ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରିଛନ୍ତି।ଏହି ଉପାଧୀ ଗ୍ରହଣ କରିବା ଗର୍ବ ଓ ଗୌରବର ବିଷୟ ବୋଲି ଉଲ୍ଲେଖ କରିଛନ୍ତି। ସେହିଭଳି ଭାରତୀୟ ହକି ଦଳର ପୂର୍ବତନ ଗୋଲ୍‌ରକ୍ଷକ ତଥା ଅଲିମ୍ପିକ୍ସ ପଦକ ବିଜେତା ପିଆର‌୍ ଶ୍ରୀଜେଶ ‘ପଦ୍ମଭୂଷଣ’ ପୁରସ୍କାର ଗ୍ରହଣ କରିଛନ୍ତି। ଏଭଳି ଏକ ପୁରସ୍କାର ଲାଗି ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ସହ ବିତାଇଥିବା କିଛି ସମୟ ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ଶ୍ରୀଜେଶ ଏହା ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇ ସାରିଛନ୍ତି। ତାଙ୍କୁ ଭାରତୀୟ ହକିର ଅନ୍ୟତମ କିଂବଦନ୍ତି ବ୍ୟକ୍ତିତ୍ବର ମାନ୍ୟତା ମିଳେ। ଅନ୍ୟପକ୍ଷରେ ୩୮ବର୍ଷୀୟ ଅଶ୍ବିନ ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ୫୩୭ ଟେଷ୍ଟ୍ ୱିକେଟ୍ ନେଇଛନ୍ତି। ଅନିଲ କୁମ୍ବଲେ (୬୧୯) ଶୀର୍ଷରେ ରହିଛନ୍ତି। ଅଶ୍ବିନ ମଧ୍ୟ ୧୧୬ ଦିନିକିଆରୁ ୧୫୬ ଏବଂ ୬୫ ଟ୍ବେଣ୍ଟି-୨୦ରୁ ୭୨ ୱିକେଟ୍ ଅକ୍ତିଆର କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *