ରାଜ୍ୟ

ବିପର୍ଯ୍ୟସ୍ତ ଅବସ୍ଥାରେ ଆହାର କେନ୍ଦ୍ର

ବିପର୍ଯ୍ୟସ୍ତ ଅବସ୍ଥାରେ ଆହାର କେନ୍ଦ୍ର

  • ଟ୍ୟାପ୍‌ରେ ପାଣି ଆସୁନି
  • ଶୌଚାଳୟରେ ତାଲା

ଭୁବନେଶ୍ୱର ୦୬-୦୫-୨୦୨୫(ଏସ.ଏମ ) :  ରାଜଧାନୀର ସବୁଠୁ ଜନବହୁଳ ଅଞ୍ଚଳ ଖାରବେଳନଗରରେ ଥି‌କ୍ୟାମେରା ମଧ୍ୟ ଅଚଳ ହୋଇଯାଇଛି। କେବଳ ସେତିକି ନୁହେଁ ଆହାର କେନ୍ଦ୍ର ଗଳିରେ ପ୍ରବେଶ କରିବା ପୂର୍ବରୁ ଆବର୍ଜନାର ଦୁର୍ଗନ୍ଧ ସ୍ୱାଗତ କରୁଛି।ମାତ୍ର ୫ଟଙ୍କାରେ ଖାଦ୍ୟ ମିଳୁଥିବାରୁ ଏହି ଆହାର କେନ୍ଦ୍ରରେ ପ୍ରତିଦିନ ସାଧାରଣ ଲୋକଙ୍କ ଠାରୁ ଆବା ଆହାର କେନ୍ଦ୍ରଟି ବିପର୍ଯ୍ୟସ୍ତ ଅବସ୍ଥାରେ ଗତି କରୁଛି। ଏଠାକୁ ଖାଇବାକୁ ଆସୁଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ବି ଠିକ୍‌ ଭାବେ ଉପଲବ୍ଧ ହୋଇପାରୁନି। ହାତ ଧୋଇବାକୁ ଟ୍ୟାପ୍‌ରେ ପାଣି ଆସୁନି। ଅଧା ଟ୍ୟାପ୍‌ ୧୦ ମାସ ହେଲାଣି ଭାଙ୍ଗିଥିଲେ ସୁଦ୍ଧା ସଜଡ଼ା ଯାଉନାହିଁ। ଏପରିକି ପିଇବା ପାଇଁ ଥିବା ୱାଟର୍‌ କିଓସ୍କର ଗୋଟିଏ ଟ୍ୟାପ୍‌ ଭାଙ୍ଗିଯାଇଥିବା ବେଳେ ଅନ୍ୟଟିରେ ପୂରା ଧୀରେ ପାଣି ଆସୁଛି। ଫଳସ୍ୱରୁପ ଥଣ୍ଡା ପାଣି ପିଇବାକୁ ଲୋକ ହଇରାଣରେ ପଡ଼ୁଛନ୍ତି। ପୁଣି କିଛି ଶୌଚାଳୟରେ ତାଲା ଝୁଲୁଥିବା ବେଳେ ଯେଉଁଟା ଅଛି ତା’ର କବାଟ ଭାଙ୍ଗି ଯାଇଛି। ଏପରିକି ଶୌଚାଳୟ ଓ ଆହାର କେନ୍ଦ୍ର ଭିତର, ପାର୍କିଂ ସ୍ଥାନ ପାଲଟିଛି। କେନ୍ଦ୍ର ପରିସରରେ ଲାଗିଥିବା ଟିଭି ଅଚଳ ପଡ଼ିଛି। ପୁଣି କୀଟ ପ୍ରତିରୋଧକ ଯନ୍ତ୍ର ଓ ସିସି ରମ୍ଭ କରି ଦିନମଜୁରିଆ, ଶ୍ରମିକ, ରିକ୍ସାବାଲା ସମେତ ସରକାରୀ ତଥା ବେସରକାରୀ ଅଫିସରେ କାମ କରୁଥିବା କର୍ମଚାରୀମାନେ ଭିଡ଼ ଲଗାଉଛନ୍ତି। ହେଲେ ଏଠାରେ ଦେଖାଯାଉଥିବା ବ୍ୟାପକ ଅବ୍ୟବସ୍ଥା ଲୋକଙ୍କୁ ହଇରାଣରେ ପକାଉଛି। ଏହି କେନ୍ଦ୍ରରେ ରାଧିକା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧୦ ଜଣ ମହିଳା କାର୍ଯ୍ୟ କରୁଛନ୍ତି। ଆହାର କେନ୍ଦ୍ରରେ ପ୍ରାୟ ୧୦ମାସ ହେଲାଣି ଡିସ୍‌ ୱାସର୍‌ ନଥିବାରୁ ପରିଚାଳନା ଦାୟିତ୍ବରେ ଥିବା ମହିଳାମାନେ ଥାଳିଗୁଡ଼ିକୁ ହାତରେ ଧୋଉଛନ୍ତି। ଥାଳିଗୁଡ଼ିକୁ ଗରମ ପାଣିରେ ଧୋଇବାର ନିୟମ ରହିଥିଲେ ସୁଦ୍ଧା ମହିଳାମାନେ ଡିଟରଜେଣ୍ଟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଭିଡ଼ ଅଧିକ ଥିଲେ ଖାଲି ପାଣିରେ ଥାଳି ଧୁଆ ହୋଇ ଲୋକଙ୍କୁ ଖାଇବା ପାଇଁ ଦିଆଯାଉଛି। ଗୋଷ୍ଠୀର ସଦସ୍ୟାମାନେ ଏନେଇ ବାରମ୍ୱାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ତେବେ ଏ ସଂକ୍ରାନ୍ତରେ କର୍ପୋରେଟର କବିତା ସ୍ୱାଇଁ କହିଛନ୍ତି, ସେ ଏସବୁ ସମସ୍ୟା ବିଷୟରେ ମେୟରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ସେ ଆଶା କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *