ଦେଶ- ବିଦେଶସମ୍ପାଦକୀୟସାହିତ୍ୟ

ଭାରତର ପ୍ରଥମ ଏଆଇ ମାଆ…!

ଭାରତର ପ୍ରଥମ ଏଆଇ ମାଆ…!

ଧୀରେ ଧୀରେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍‌ସର୍‌ମାନେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍‌ସର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଭିଡିଓ ପୋଷ୍ଟ କରି ବେଶ୍‌ ଭାଇରାଲ୍‌ ହେଉଛନ୍ତି।

(ବିଜୟ କୁମାର ପଣ୍ଡା)

ଧୀରେ ଧୀରେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍‌ସର୍‌ମାନେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍‌ସର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଭିଡିଓ ପୋଷ୍ଟ କରି ବେଶ୍‌ ଭାଇରାଲ୍‌ ହେଉଛନ୍ତି। ଭାରତର ସର୍ବବୃହତ୍‌ ସେଲିବ୍ରିଟି ମ୍ୟାନେଜ୍‌ମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍‌ଷ୍ଟାଗ୍ରାମ୍‌ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମାଆ। କାବ୍ୟା ତାଙ୍କ ଫଲୋଅର୍ସଙ୍କ ସହ ମାତୃତ୍ୱକୁ ନେଇ ନିଜର ଆଧୁନିକ ଦୃଷ୍ଟିକୋଣ ବାଣ୍ଟିଥାନ୍ତି। ସେହିପରି ସେ ରୋଷେଇ, ପେଣ୍ଟିଂ, ସ୍କିନ୍‌କେୟାର୍‌ ଭଳି କାର୍ଯ୍ୟ କରିପାରନ୍ତି। ଏକ ଭିଡିଓ କ୍ୟାପ୍‌ସନ୍‌ରେ କାବ୍ୟା ଲେଖିଛନ୍ତି, ପିଲାଙ୍କ ପାଇଁ ରଣନୀତି ପ୍ରସ୍ତୁତିଠାରୁ ଆରମ୍ଭକରି ଭୋଜନ ପାଇଁ ଯୋଜନା କରିବା ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ। କାବ୍ୟାଙ୍କୁ ସୃଷ୍ଟି କରିଥିବା ‘କଲେକ୍ଟିଭ୍‌ ଆର୍ଟିଷ୍ଟ ନେଟ୍‌ୱର୍କ’ ଅନୁଯାୟୀ, ତାଙ୍କ ବ୍ୟକ୍ତିତ୍ୱ ପ୍ରକୃତ ମାଆଙ୍କର ବାସ୍ତବ ଜୀବନ ଅନୁଭୂତି ଉପରେ ନିର୍ମିତ।ସେହିପରି ଏକ ରିପୋର୍ଟରେ କୁହାଯାଇଛି, କାବ୍ୟା ମେହେରା କେବଳ ଏକ ଡିଜିଟାଲ୍‌ ଅବତାର ନୁହନ୍ତି ବରଂ ସେ ଆଧୁନିକ ମାଆଙ୍କର ନିଚ୍ଛକ ପ୍ରତିଛବି। ଏଆଇ ଚାଳିତ କାବ୍ୟାଙ୍କର ଅନ୍ୟ ମଣିଷଙ୍କ ଭଳି ଅଭିଜ୍ଞତା ରହିଛି ବୋଲି ଉକ୍ତ ରିପୋର୍ଟ କହିଛି। କାବ୍ୟା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଖାଦ୍ୟ ରାନ୍ଧିବା ଓ ଦୀପାବଳି ପାଳନ କରୁଥିବା ନଜରକୁ ଆସିଛନ୍ତି। ଏହାସହ ସେ ନିଜ ପିଲାଙ୍କ ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ସେ କେଉଁପ୍ରକାର ମା’ ହେବାକୁ ଚାହୁଛନ୍ତି ସେ ନେଇ କାବ୍ୟା ଏକ ପୋଷ୍ଟରେ କହୁଥିବାର ନଜରକୁ ଆସିଛନ୍ତି। ଏକ ଭିଡିଓରେ କାବ୍ୟା କହିଛନ୍ତି, ଯେଉଁ ମା’ ଯେତେ ଭାବପ୍ରବଣ ସେ ସର୍ବଦା ନିଜେ ପିଲାଙ୍କ ପାଇଁ ଠିଆହୋଇ ରହିବେ, ଯାହାଦ୍ୱାରା ସନ୍ତାନମାନେ ମା’ଙ୍କ ସହ ରହି ସବୁଠୁ ସୁରକ୍ଷିତ ସ୍ଥାନରେ ଥିବାପରି ଅନୁଭବ କରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *