TOP STORIESଦେଶ- ବିଦେଶ

ଶେଷରେ ସତ ସ୍ବୀକାର କଲେ ପାକ୍ ପ୍ରଧାନମନ୍ତ୍ରୀ

ଶେଷରେ ସତ ସ୍ବୀକାର କଲେ ପାକ୍ ପ୍ରଧାନମନ୍ତ୍ରୀ

ଅପରେସନ୍ ସିନ୍ଦୂରରେ ଛାରଖାର ହୋଇଛି ପାକିସ୍ତାନର ନୂରଖାନ୍ ଏୟାରବେସ୍

ନୂଆଦିଲ୍ଲୀ/ଭୁବନେଶ୍ୱର ୧୭.୦୫.୨୦୨୫(ଏସ .ଏମ ) : ଶେଷରେ ସତ ମାନିଲା ପାକିସ୍ତାନ । ଭାରତର ଆକ୍ରମଣରେ ପାକିସ୍ତାନର କ୍ଷୟକ୍ଷତି ନେଇ ଶେଷରେ ସତ ବି ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ । ଅପରେସନ ସିନ୍ଦୂରର ୧୦ ଦିନ ପରେ ଏବଂ ଅସ୍ତ୍ରବିରତିର ୬ ଦିନ ପରେ ଆଜି ସେହେବାଜ୍ ସତକୁ ସ୍ବୀକାର କରିଛନ୍ତି । ଆଉ କହିଛନ୍ତି, ପାକିସ୍ତାନର ନୁରଖାନ୍ ଏୟାରବେସ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ପୂର୍ବରୁ ସତ ମାନିବାକୁ ନାରାଜ ଥିବା ପାକିସ୍ତାନ ମିଛରେ ନିଜ ଦେଶର ବିଜୟ ହୋଇଛି କହି ଖୁସି ମନାଉଥିବା ବେଳେ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକ୍ ସେନାଙ୍କ ସାହସକୁ ନେଇ ବହି ଲେଖିବେ ବୋଲି କହିଥିଲେ । ହେଲେ ଏକ କାର୍ଯ୍ୟକ୍ରମରେ ସରିଫ ନିଜେ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସୀମ ମୁନୀର ସିକ୍ୟୁର ଲାଇନରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ ମତେ କହିଥିଲେ । ପାକିସ୍ତାନର ନୂରଖାନ୍ ଏୟାରବେସ୍‌ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକ୍ ଏୟାରବେସ୍‌ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ । ହେଲେ ଯେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ସତ ମାନିଛନ୍ତି ଏବେ ବିଶ୍ବ ଜାଣିଲା ଯେ ଆତଙ୍କୀଙ୍କୁ ପ୍ରଶ୍ରୟ ଦେଲେ ଭାରତ କେମିତି ଶକ୍ତ ପ୍ରହାର କରିପାରେ ବୋଲି ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ୭ ତାରିଖରେ ’ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ୯ ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲା ସେନା । ଭାରତୀୟ ସେନାର ଏହି ଅପରେସନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା । ସୀମାରେ ଜୋରଦାର ଗୁଳିବର୍ଷଣ ହୋଇଥିଲା, ଡ୍ରୋନ୍ ଆକ୍ରମଣ ହୋଇଥିଲା । ତେବେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବା ସହ ପାକର ୧୧ ଏୟାରବେସକୁ ଟାର୍ଗେଟ କରାଯାଇଥିଲା । ଏଥିରେ ଭୟଭୀତ ହୋଇ ଗତ ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ପାକ୍ । ଉଭୟ ଦେଶର ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *