ଅପରାଧରାଜ୍ୟ

ଡିଜିଟାଲ୍ ଆରେଷ୍ଟ୍‌

ଡିଜିଟାଲ୍ ଆରେଷ୍ଟ୍‌

ପାରାଦୀପର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ୍‌ ଆରେଷ୍ଟ୍‌ କରି ପଶ୍ଚିମବଙ୍ଗର ସାଇବର୍ ଅପରାଧୀ ଗୋଷ୍ଠୀ ତାଙ୍କ ନିକଟରୁ ୭୩ ଲକ୍ଷ ୬୨ ହଜାର ଟଙ୍କା ଠକି ନେଇଛନ୍ତି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ପଶ୍ଚିମବଙ୍ଗ ହାଓଡ଼ା ଥାନା ଫଜିର ବଜାର ଅଞ୍ଚଳର ରୋହିତ କୁମାର ଜୟସ୍ବାଲ(୨୬)କୁ ଗିରଫ କରିଛି

ପାରାଦୀପ/ଭୁବନେଶ୍ୱର ୨୩-୦୫-୨୦୨୫(ଏସ .ଏମ ) : ପାରାଦୀପର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ୍‌ ଆରେଷ୍ଟ୍‌ କରି ପଶ୍ଚିମବଙ୍ଗର ସାଇବର୍ ଅପରାଧୀ ଗୋଷ୍ଠୀ ତାଙ୍କ ନିକଟରୁ ୭୩ ଲକ୍ଷ ୬୨ ହଜାର ଟଙ୍କା ଠକି ନେଇଛନ୍ତି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ପଶ୍ଚିମବଙ୍ଗ ହାଓଡ଼ା ଥାନା ଫଜିର ବଜାର ଅଞ୍ଚଳର ରୋହିତ କୁମାର ଜୟସ୍ବାଲ(୨୬)କୁ ଗିରଫ କରିଛି। ରୋହିତ ସମେତ ଏହି ମାମଲାରେ ଆହୁରି ଏକାଧିକ ସାଇବର୍ ଠକଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ପାରାଦୀପର ଜଣେ ବ୍ୟକ୍ତିଙ୍କ ନିକଟକୁ ୨୦୨୪ ମେ ପ୍ରଥମ ସପ୍ତାହରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଓ ଦିଲ୍ଲୀ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇଥିଲେ। ପାରାଦୀପର ବ୍ୟକ୍ତିଙ୍କ ନାଁରେ ଥିବା ଏକ ପାର୍ସଲ ଦିଲ୍ଲୀ କଷ୍ଟମ୍‌ ବିଭାଗ ଦ୍ବାରା ଧରା ପଡ଼ିଥିବା କହିଥିଲେ।ଏଥିରେ ଏକାଧିକ ଏଟିଏମ୍ କାର୍ଡ, ୧୫ଟି ଭାରତୀୟ ପାସ୍‌ପୋର୍ଟ, ୨ଟି ଲାପଟପ୍, ୪ କେଜି କପଡ଼ା, ଏମ୍‌ଡିଏମ୍‌ଏ ଥିବା ସୂଚନା ଦେଇଥିଲେ। ଏହି ପାର୍ସଲ ଦିଲ୍ଲୀ ଚାନ୍ଦିନୀଚୌକରୁ ଚୀନର ସାଂଘାଇ ଯାଉଥିବା ବେଳେ ଧରାପଡ଼ିଥିବା ସିବିଆଇ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତି କହି ତୁରନ୍ତ ୭୩ ଲକ୍ଷ ୬୨ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଟଙ୍କା ଜମା କରିବା ପରେ ପାରାଦୀପର ବ୍ୟକ୍ତି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଏତଲା ଦେଇଥିଲେ। କ୍ରାଇମବ୍ରାଞ୍ଚ ୨୦୨୪ ମେ ୧୫ରେ ମାମଲା ରୁଜୁ କରିଥିଲା।ଡିଏସ୍‌ପି ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାର ତଦନ୍ତ କରି ପଶ୍ଚିମବଙ୍ଗ ହାୱଡ଼ାର ଜଣେ ଠକର ପରିଚୟ ପାଇଥିଲେ। ଠକ ରୋହିତ ଓ ତାର ସହଯୋଗୀମାନେ ନିଜକୁ ଡିଏଚ୍‌ଏଲ୍ କର୍ମଚାରୀ, ସିବିଆଇ ଓ ଦିଲ୍ଲୀ ପୁଲିସର ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ଠକ ରୋହିତକୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବା ପରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ତା ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ ଇତ୍ୟାଦି ଜବତ ହୋଇଛି। ରୋହିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରି ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *