ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସମବେଦନା ଜଣାଇବା ସହ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସମବେଦନା ଜଣାଇବା ସହ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହିନ୍ଦୋଳ ରେଞ୍ଜ ରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଭୁବନେଶ୍ବର/ ହିନ୍ଦୋଳ ୨୪-୦୫-୨୦୨୫(ଏସ.ଏମ ) :  ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ପ୍ରକାଶ ଯେ , ଗତକାଲି ରାତିରେ କିଛି ଶିକାରୀ ଜନ୍ତୁ ଶିକାର କରୁଥିବା ଖବର ପାଇ ପରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ହିନ୍ଦୋଳ କଇ ଜଙ୍ଗଲ ନିକଟସ୍ଥ ସରାସିଂହ ଗ୍ରାମ ନିକଟକୁ ଯାଇଥିଲେ। ଫରେଷ୍ଟର ୧୩ଜଣ କର୍ମଚାରୀଙ୍କ ସହଯୋଗରେ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ। ସେତେବେଳେ ୪ ଜଣ ଶିକାରୀ ଏକ ମସୁରି ଟାଙ୍ଗୀ ଜଙ୍ଗଲରୁ ଜନ୍ତୁ ଶିକାର କରୁଥିବା ମାଂସକୁ ନିଜ ଭିତରେ ବଣ୍ଟନ କରୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ହଠାତ୍ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶିକାରୀ ଗୁଳିରେ ଫରେଷ୍ଟର୍‌ଙ୍କ ପେଟରେ ଗୁଳି ବିଦ୍ଧ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ଅନୁଗୋଳ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ।

ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଘଟଣା ସ୍ଥଳରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଜଣେ ଫେରାର ହୋଇ ଯାଇଥିଲେ। ୩ ଅଭିଯୁକ୍ତ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରୁଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *