ଦେଶ- ବିଦେଶରାଜନୀତି

ତେଜ ପ୍ରତାପ ଆର୍‌ଜେଡିରୁ ବହିଷ୍କୃତ, ପରିବାରରୁ ବି ବେଦଖଲ କଲେ : ଲାଲୁ

ତେଜ ପ୍ରତାପ ଆର୍‌ଜେଡିରୁ ବହିଷ୍କୃତ, ପରିବାରରୁ ବି ବେଦଖଲ କଲେ : ଲାଲୁ

ବିହାର ବିଧାନସଭା ନିର୍ବାଚନ ଆଉ କିଛି ମାସ ରହିଯାଇଥିବା ବେଳେ ଆଜି ରାଜ୍ୟ ରାଜନୀତରେ ହଇଚଇ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୦୫-୨୦୨୫(ଏସ .ଏମ ) : ବିହାର ବିଧାନସଭା ନିର୍ବାଚନ ଆଉ କିଛି ମାସ ରହିଯାଇଥିବା ବେଳେ ଆଜି ରାଜ୍ୟ ରାଜନୀତରେ ହଇଚଇ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ତେଜ ପ୍ରତାପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଅନୁଷ୍କା ଯାଦବ ନାମ୍ନୀ ଜଣେ ଯୁବତୀଙ୍କ ସହିତ ଫଟୋ ପୋଷ୍ଟ କରି ତାଙ୍କ ସହ ୧୨ ଧରି ପ୍ରେମ ସଂପର୍କରେ ଥିବା କହିବା ପରେ ଏହା ଲାଲୁ ପରିବାରରେ କମ୍ପନ ସୃଷ୍ଟି କରିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଆର୍‌ଜେଡିରୁ ବହିଷ୍କାର କରାଯାଇଛି। ଏଥିସହ ଲାଲୁ ନିଜ ବଡ଼ ପୁଅକୁ ପରିବାରରୁ ମଧ ବେଦଖଲ କରାଯାଇଥିବା ଘୋଷଣା କରିଛନ୍ତି। ଲାଲୁ ପ୍ରସାଦ କହିଛନ୍ତି ଯେ ଦଳ ଓ ପରିବାରରେ ଏବେ ତେଜ ପ୍ରତାପଙ୍କ କୌଣସି ଭୂମିକା ରହିବ ନାହିଁ। ଲାଲୁ କହିଛନ୍ତି, ‘ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ଦ୍ୱାରା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷ ଦୁର୍ବଳ ହେଉଛି। ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଓ ଦାୟିତ୍ୱହୀନ ବ୍ୟବହାର ଆମ ପାରିବାରିକ ମୂଲ୍ୟବୋଧ ଓ ରୀତିନୀତି ଅନୁଯାୟୀ ନୁହେଁ। ତେଣୁ ଉପରୋକ୍ତ ପରିସ୍ଥିତି ଯୋଗୁଁ ମୁଁ ତାଙ୍କୁ ଦଳ ଓ ପରିବାରରୁ ହଟାଇ ଦେଉଛି। ଆଜିଠାରୁ ପରିବାର ସହିତ ମଧ୍ୟ ତାଙ୍କର ସବୁ ସଂପର୍କ ଆମେ ଛିନ୍ନ କରୁଛୁ।’ ଅନ୍ୟପକ୍ଷରେ ପୁଅ ବିରୋଧରେ ଆରଜେଡି ସୁପ୍ରିମୋଙ୍କ କାର୍ଯ୍ୟାନୁଷ୍ଠାନ ନେଇ ରାଜନୀତି ସରଗମ ହୋଇଛି। ଜନସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର କହିଛନ୍ତି ଯେ ଲାଲୁ ପରିବାର ପୁଣି କ୍ଷମତା ଦଖଲ କରିବା ପାଇଁ ଚଳାଇଥିବା ଯୋଜନାକୁ ବଡ଼ ଝଟ୍‌କା ଲାଗିଛି। ଲାଲୁ ଏବେ ବି ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସ୍ବପ୍ନ ଦେଖୁଛନ୍ତି। ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରିଲେ ଆମେ ଆର୍‌ଜେଡିକୁ ପୂରା ସମର୍ଥନ ଦେବୁ ବୋଲି ପ୍ରଶାନ୍ତ କହିଛନ୍ତି। ଅନ୍ୟପକ୍ଷରେ ଲାଲୁ ପରିବାରରେ ଏହି ଘଟଣାକୁ ଶାସକ ଦଳ ଜେଡିୟୁ ଏକ ନାଟକ ବୋଲି କହିଛି। ତେଜ ପ୍ରତାପଙ୍କ ପୂର୍ବ ପାପକୁ ନେଇ ଲାଲୁ ଯାଦବ କାହିଁକି ନିରବ ଥିଲେ ବୋଲି ଜେଡିୟୁ ପ୍ରଶ୍ନ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *