ଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା

ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା

ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି

ରାଉରକେଲା/ଭୁବନେଶ୍ୱର ୦୩-୦୬-୨୦୨୫(ଏସ.ଏମ ) : ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣିରୁ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥାର ସନ୍ଦେହ ବଢ଼ିବା ପରେ ଶ୍ରୀ ଅଗ୍ରୱାଲ ଓ ମିନି ଟ୍ରକ୍‌ ଚାଳକକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିଲା। ସୋମବାର ସରଣ୍ଡାର ଘଞ୍ଚ ଜଙ୍ଗଲରୁ ଜବତ ହୋଇଛି। ଓଡ଼ିଶାର ଏସ୍‌ଓଜି ଓ ଡିଭିଏଫ୍‌, ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ବାହିନୀ ଓ ସିଆରପି କୋବ୍ରା ଯବାନଙ୍କ ମିଳିତ ଅପରେସନ୍‌ରେ ପ୍ରାୟ ୨.୫ ଟନ୍‌ ବିସ୍ଫୋରକ ଜବତ କରାଯାଇଥିଲା। ଏ ସଂପର୍କରେ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପୂର୍ବରୁ ମେ’ ୩୦ ତାରିଖରେ ଝାଡ଼ଖଣ୍ଡ ଚାଇବସା ପୁଲିସ ସରଣ୍ଡା ଜଙ୍ଗଲରୁ ୧୫୭ କେଜି ଲୁଟ୍‌ ବିସ୍ଫୋରକ ଜବତ କରିଥିଲା। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିରିଲପୋଷିଠାରେ ଥିବା ଏକ ପାହାଡ଼ରେ ମାଓବାଦୀମାନେ ଏହି ବିସ୍ଫୋରକକୁ ଲୁଚାଇ ରଖିଥିଲେ। ଯବାନମାନଙ୍କ ଦ୍ବାରା ଚାଲିଥିବା ସର୍ଚ ଅପରେସନ୍‌ ସମୟରେ ଏହି ବିସ୍ଫୋରକ ସାମଗ୍ରୀକୁ ଠାବ କରାଯାଇଥିଲା।ମେ’ ୨୭ ତାରିଖରେ ବାଙ୍କୋ ପଥର ଖଣିକୁ ଯାଉଥିବା ୨୦୦ ପ୍ୟାକେଟ୍‌ ବିସ୍ଫୋରକକୁ ୪୦ରୁ ଊର୍ଦ୍ଧ୍ବ ମାଓବାଦୀ ଲୁଟି ନେଇଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହାକୁ ଗୁରୁତ୍ବର ସହ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘଟଣାସ୍ଥଳରେ ଡେରା ପକାଇ ସ୍ଥିତି ସମୀକ୍ଷା କରିବା ସହ ଲୁଟ୍‌ ବିସ୍ଫୋରକ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସହ ଆଇଜି (ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀ ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସାମିଲ ହୋଇଥିଲେ। ଏହା ପରେ ଡିଜିପି ଏନ୍‌ଆଇ୍ଏ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ତଦନ୍ତ ବର୍ତ୍ତମାନ ଏନ୍‌ଆଇଏ ଟିମ୍‌ କରୁଛି। ଏହି ବିସ୍ଫୋରକ ଲୁଟ୍‌କୁ ୨୦୦୯ ମସିହାରେ ରାଉରକେଲା ଚମ୍ପାଝରନ୍‌ଠାରେ ହୋଇଥିବା ବିସ୍ଫୋରକ ଲୁଟ୍‌ ଘଟଣା ସହ ତୁଳନା କରାଯାଉଛି। ବର୍ତ୍ତମାନ ଜବତ ହେଇଥିବା ବିସ୍ଫୋରକକୁ ମାଓବାଦୀଙ୍କ ବିପକ୍ଷରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ ଅପରେସନ୍ ଏବେ ବି ଜାରି ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *