ଖେଳଦେଶ- ବିଦେଶ

ଭାରତର ଘରୋଇ ଶୃଙ୍ଖଳା ଭେନ୍ୟୁରେ ଅଦଳବଦଳ

ଭାରତର ଘରୋଇ ଶୃଙ୍ଖଳା ଭେନ୍ୟୁରେ ଅଦଳବଦଳ

ବିସିସିଆଇ ସୋମବାର ୨୦୨୫ ଅନ୍ତର୍ଜାତୀୟ ଘରୋଇ ଋତୁ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି। ‌ଅକ୍ଟୋବର ୨ରୁ ଆରମ୍ଭ ହେବାକୁଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେ‌ଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ର ଭେନ୍ୟୁ ପରିବର୍ତ୍ତନ ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର୧୦-୦୬-୨୦୨୫( ଏସ .ଏମ ) : ବିସିସିଆଇ ସୋମବାର ୨୦୨୫ ଅନ୍ତର୍ଜାତୀୟ ଘରୋଇ ଋତୁ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି। ‌ଅକ୍ଟୋବର ୨ରୁ ଆରମ୍ଭ ହେବାକୁଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେ‌ଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ର ଭେନ୍ୟୁ ପରିବର୍ତ୍ତନ ହୋଇଛି। ଅକ୍ଟୋବର ୧୦ରୁ ୧୪ ପର୍ଯ୍ୟନ୍ତ କୋଲକାତାରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଦିଲ୍ଲୀକୁ ଘୁଞ୍ଚିଛି। ପ୍ରଥମ ଟେଷ୍ଟ୍ ଅହମଦାବାଦରେ ଅକ୍ଟୋବର ୨ରୁ‌ ଖେଳାଯିବ। ସେହିଭଳି ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଦିଲ୍ଲୀରୁ କୋଲକାତାକୁ ସ୍ଥାନାନ୍ତର ହୋଇଛି। ଅନ୍ୟଟି ଗୁଆହାଟୀରେ ନଭେମ୍ବର ୨୨ରୁ ଖେଳାଯିବ। ଭାରତ ଗସ୍ତରେ ୱେଷ୍ଟ୍‌ଇଣ୍ଡିଜ୍‌ କେବଳ ୨ଟି ଟେଷ୍ଟ୍‌ ଖେଳିବାକୁ ଥିଲା ବେଳେ ଦକ୍ଷିଣ ଆଫ୍ରିକା ପୂର୍ଣ୍ଣାଙ୍ଗ ଶୃଙ୍ଖଳା (୨ ଟେଷ୍ଟ୍‌, ୩ ଦିନିକିଆ, ୫ ଟ୍ବେଣ୍ଟି-୨୦) ଖେଳିବ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ର ପଡ଼ିଆ ଓ ପିଚ୍ ନବୀକରଣ କାର୍ଯ୍ୟ ଚାଲିଥିବାରୁ ଭାରତ-ଅଷ୍ଟ୍ରେଲିଆ ମହିଳା ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ନୂଆ ଚଣ୍ଡିଗଡ଼ସ୍ଥିତ ନୂଆ ପିସିଏ ଷ୍ଟାଡିୟମ୍‌କୁ ଏବଂ‌ ଶେଷ ମ୍ୟାଚ୍‌ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌କୁ ସ୍ଥାନାନ୍ତରିତ ହୋଇଛି। ଅକ୍ଟୋବର ୩୦ରୁ ଖେଳାଯିବାକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଦିନିକିଆ ମ୍ୟାଚ୍‌କୁ ଚେନ୍ନାଇରୁ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌କୁ ବଦଳାଯାଇଛି। ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୯ରେ ଖେଳାଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *